ଆସନ୍ତାକାଲି କଟକ ଆସିବେ ମମତା ବାନାର୍ଜୀ, ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ନେଇ ଉଠାଇଲେ ପ୍ରଶ୍ନ

କୋଲକାତା: ବାହାନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତାକାଲି କଟକ ଗସ୍ତ କରିବେ ବୋଲି ଆଜି ସେ କୋଲକାତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। କୋଲକାତାର ସରକାରୀ ଏସଏସକେଏମ ହସ୍ପିଟାଲ ପରିଦର୍ଶନ ସମୟରେ ମମତା ବାନାର୍ଜୀ ଆହତ ପୀଡ଼ିତାଙ୍କୁ ଭେଟି ଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସିବିଆଇ ତଦନ୍ତରେ ସନ୍ତୋଷଜନକ ଫଳ ମିଳୁନଥିବା କହି ପୂର୍ବ […]

Continue Reading

World Environment Day 2023 ; କଇଁଛ ପିଠିରେ ପ୍ଳାଷ୍ଟିକ୍ ମୁକ୍ତ ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସରେ ଜଣାଶୁଣା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସୋମବାର ଦିନ ପୁରୀ ବେଳାଭୂମିରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ପାଇଁ ବର୍ତ୍ତା ଦେଇଛନ୍ତି । ପରିତ୍ୟକ୍ତ ପ୍ଲାଷ୍ଟିକ ବୋତଲଗୁଡିକ କିଭଳି ଭାବେ ସାମୁଦ୍ରିକ ଜୀବନ ଉପରେ କୁପ୍ରଭାବ ପକାଇଥାଏ, ତାହାକୁ ନେଇ କଳା ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି । ଏକ କଇଁଛର ବାଲୁକା ମୂର୍ତ୍ତି ଏବଂ ତା’ ପିଠିରେ ପରିତ୍ୟକ୍ତ ପ୍ଲାଷ୍ଟିକ ବୋତଲଗୁଡିକୁ ଏହି ବାଲୁକା କଳାରେ ଦେଖିବାକୁ ମିଳିଛି । […]

Continue Reading

ବାହାନଗାର ଭୟଙ୍କର ଟ୍ରେନ ଟ୍ରାଜେଡିରେ ସାରା ବିଶ୍ୱ ସ୍ତବ୍ଧ; ସବୁଠି ଶୋକର ଛାୟା

ଭୁବନେଶ୍ୱର: ଶୁକ୍ରବାର ସେଇ କାଳ ରାତିରେ ଘଟିଗଲା ଭୟଙ୍କର ଦୁର୍ଘଟଣା । ଗୋଟିଏ ନୁହେଁ ତିନୋଟି ଟ୍ରେନ ଏକ ସଙ୍ଗରେ ଦୁର୍ଘଟଣାଗ୍ରସ୍ତ ହେଲେ । ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଦୁର୍ଘଟଣାର ସେ ଭୟଙ୍କର ଦୃଶ୍ୟ । ଏ ଦୃ୍ଶ୍ୟ ଖାଲି ସ୍ଥାନୀୟ ବାସିନ୍ଦା ନୁହେଁ, ସାରା ବିଶ୍ୱବାସୀଙ୍କ ହୃଦୟକୁ ଭିଜାଇ ଦେଇଛି । ସମସ୍ତେ ସ୍ତବ୍ଧ । ସମସ୍ତଙ୍କ ହୃଦୟ ଶୋକାକୁଳ । ସବୁଠି ଆସୁଛି ଶୋକର ବାର୍ତ୍ତା । ବାଲେଶ୍ୱର ଜିଲ୍ଲା ବାହନଗାଠାରେ ଘଟିଥିବା […]

Continue Reading

ଦୁର୍ଘଟଣାସ୍ଥଳରୁ ମେଡିକାଲ୍ ଯାଇ ଆହତଙ୍କୁ ଭେଟିଲେ ପିଏମ୍ ମୋଦି, କହିଲେ ‘ଛାଡ଼ ପାଇବେନି ଦୋଷୀ’

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର ଓ ମରାମତି କାର୍ଯ୍ୟର ସମୀକ୍ଷା ପରେ ପିଏମ୍ ମୋଦି ବାଲେଶ୍ୱର ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ମେଡିକାଲରେ ଆହତଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ଡାକ୍ତର, ରୋଗୀଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କୁ ଫୋନ୍ କରି ଉତ୍ତମ ଚିକିତ୍ସା ପାଇଁ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତେ ବଡ଼ […]

Continue Reading

ବାହାନଗା ଟ୍ରେନ ଟ୍ରାଜେଡି- ରକ୍ତଦାନରୁ ଉଦ୍ଧାର କାର୍ଯ୍ୟ, ସ୍ଥାନୀୟ ଲୋକଙ୍କ ଅବଦାନ ପାଇଁ ଧନ୍ୟବାଦ: ପ୍ରଧାନମନ୍ତ୍ରୀ

ବାଲେଶ୍ୱର: କରମଣ୍ଡଳ ଟ୍ରେନ ଦୁର୍ଘଟଣାର ଦୋଷୀକୁ କଡା ଶବ୍ଦରେ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି କାଣ୍ଡ ପାଇଁ ଯିଏ ବି ଦୋଷୀ ଥିବ, ତାକୁ କଠୋର ଦଣ୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଏହା ବ୍ୟତୀତ ମୋଦୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ବାହାନଗା ଘଟଣାସ୍ଥଳ ପରିଦର୍ଶନ ପରେ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କ ପରିବାରକୁ ଭେଟି ସେ କୋହଭରା କଣ୍ଠରେ ସେମାନଙ୍କ ସହ […]

Continue Reading

ବାହାନଗା ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱରରେ ଟ୍ରେନ ଦୁର୍ଘଟଣା ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ମୃତ୍ୟୁସଂଖ୍ୟା ଥମିବାର ନାଁ ଧରୁନି । ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ପରେ ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସମସ୍ତ ଟିକନିକ୍ କ୍ଷେତ୍ର ବୁଲି ଦେଖିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୋନ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ଘଟଣାସ୍ଥଳରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଫୋନ କରି କଥା ହୋଇଛନ୍ତି ନରେନ୍ଦ୍ର ମୋଦୀ । ଦୁର୍ଘଟଣାରେ […]

Continue Reading

ଟ୍ରେନ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲି,ଚିକିତ୍ସା ପରେ ମନ୍ତ୍ରୀ ଦେଲେ ୫୦ ହଜାର ଟଙ୍କାର ଚେକ୍

ବାଲେଶ୍ୱର: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାରେ ହଜାରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଶତାଧିକ ଲୋକେ ପ୍ରାଣ ହରାଇଛନ୍ତି । ଗାତାକାଲି ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ନବ ମୃତ ଏବଂ ଆହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଥିଲେ । ଏହି ଘୋଷଣା ମୁତାବକ ଘଟଣାସ୍ଥଳରେ ହିଁ ଆହତ ମାନଙ୍କୁ ସହାୟତା ଆକାରରେ ଚେକ୍ ପ୍ରଦାନ କରାଯାଇଥିଲା । ସହାୟତା ପାଇବା ପରେ ଜଣେ ଯାତ୍ରୀ କିଛି ଏପରି କହିଥିଲେ । କି ମୁଁ ସେହି […]

Continue Reading

ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି: ପୀଡ଼ିତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ବାଲେଶ୍ୱର, ଭଦ୍ରକ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଚିଠି ଲେଖିଛନ୍ତି । ସୂଚନା ଅନୁଯାୟୀ, କାଲି ବାଲେଶ୍ୱର ଠାରେ ୩ଟି ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮୮ ପାର କରିଥିବା ବେଳେ ଆହତ ୧୦୦୦ରୁ ଉଦ୍ଧ୍ୱର୍ ଅଛନ୍ତି । ଏଥିରେ ଶିଶୁ ଏବଂ କିଶୋର ମଧ୍ୟ […]

Continue Reading

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ଚିକିତ୍ସାରେ ସହଯୋଗ ପାଇଁ ଭୁବନେଶ୍ୱର ଏମ୍ସରୁ ଗଲେ ଡାକ୍ତରଙ୍କ ୨ ଟି ଟିମ୍

ବାଲେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଆହତମାନଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରୀ ଟିମ୍ ଆହତ ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ବାହାରିଛନ୍ତି। ଚିକିତ୍ସା କାର୍ଯ୍ୟରେ ସହଯୋଗକରିବାକୁ ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଦୁଇଟି ଟିମ୍‌ ବାଲେଶ୍ୱର ଓ କଟକ ଯାଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ରେଳ ଦୁର୍ଘଟଣା ପାଇଁ ଯାହା ବି ଡାକ୍ତରୀ ସହଯୋଗ ଆବଶ୍ୟକ ପଡ଼ିବ ସବୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର […]

Continue Reading

ଟ୍ରେନ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇବା ନେଇ ସୂଚନା ଦେଲା ରେଳବାଇ

ଭୁବନେଶ୍ୱର: ବଢିଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଦିନ ୨ଟା ସୁଦ୍ଧା ଆସିଥିବା ତଥ୍ୟ ଦେଇଛି ରେଳ ବିଭାଗ । ଏହି ସମୟ ସୁଦ୍ଧା ମୃତ୍ୟୁ ସଂଖ୍ୟା ଏବେ ୨୮୮କୁ ବୃଦ୍ଧି ପାଇଛି । ୭୪୭ ଜଣ ଆହତଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏବେ ମଧ୍ୟ ୫୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ଏହା ପୂର୍ବରୁ ମଧ୍ୟ ଦକ୍ଷିଣ ପୂର୍ବ ରେଳବାଇ […]

Continue Reading