ବାହାନଗା ଟ୍ରେନ ଟ୍ରାଜେଡି- ରକ୍ତଦାନରୁ ଉଦ୍ଧାର କାର୍ଯ୍ୟ, ସ୍ଥାନୀୟ ଲୋକଙ୍କ ଅବଦାନ ପାଇଁ ଧନ୍ୟବାଦ: ପ୍ରଧାନମନ୍ତ୍ରୀ

ବାଲେଶ୍ୱର: କରମଣ୍ଡଳ ଟ୍ରେନ ଦୁର୍ଘଟଣାର ଦୋଷୀକୁ କଡା ଶବ୍ଦରେ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି କାଣ୍ଡ ପାଇଁ ଯିଏ ବି ଦୋଷୀ ଥିବ, ତାକୁ କଠୋର ଦଣ୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଏହା ବ୍ୟତୀତ ମୋଦୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ବାହାନଗା ଘଟଣାସ୍ଥଳ ପରିଦର୍ଶନ ପରେ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କ ପରିବାରକୁ ଭେଟି ସେ କୋହଭରା କଣ୍ଠରେ ସେମାନଙ୍କ ସହ […]

Continue Reading

ବାହାନଗା ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱରରେ ଟ୍ରେନ ଦୁର୍ଘଟଣା ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ମୃତ୍ୟୁସଂଖ୍ୟା ଥମିବାର ନାଁ ଧରୁନି । ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ପରେ ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସମସ୍ତ ଟିକନିକ୍ କ୍ଷେତ୍ର ବୁଲି ଦେଖିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୋନ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ଘଟଣାସ୍ଥଳରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଫୋନ କରି କଥା ହୋଇଛନ୍ତି ନରେନ୍ଦ୍ର ମୋଦୀ । ଦୁର୍ଘଟଣାରେ […]

Continue Reading

ଟ୍ରେନ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲି,ଚିକିତ୍ସା ପରେ ମନ୍ତ୍ରୀ ଦେଲେ ୫୦ ହଜାର ଟଙ୍କାର ଚେକ୍

ବାଲେଶ୍ୱର: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାରେ ହଜାରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଶତାଧିକ ଲୋକେ ପ୍ରାଣ ହରାଇଛନ୍ତି । ଗାତାକାଲି ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ନବ ମୃତ ଏବଂ ଆହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଥିଲେ । ଏହି ଘୋଷଣା ମୁତାବକ ଘଟଣାସ୍ଥଳରେ ହିଁ ଆହତ ମାନଙ୍କୁ ସହାୟତା ଆକାରରେ ଚେକ୍ ପ୍ରଦାନ କରାଯାଇଥିଲା । ସହାୟତା ପାଇବା ପରେ ଜଣେ ଯାତ୍ରୀ କିଛି ଏପରି କହିଥିଲେ । କି ମୁଁ ସେହି […]

Continue Reading

ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି: ପୀଡ଼ିତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ବାଲେଶ୍ୱର, ଭଦ୍ରକ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଚିଠି ଲେଖିଛନ୍ତି । ସୂଚନା ଅନୁଯାୟୀ, କାଲି ବାଲେଶ୍ୱର ଠାରେ ୩ଟି ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮୮ ପାର କରିଥିବା ବେଳେ ଆହତ ୧୦୦୦ରୁ ଉଦ୍ଧ୍ୱର୍ ଅଛନ୍ତି । ଏଥିରେ ଶିଶୁ ଏବଂ କିଶୋର ମଧ୍ୟ […]

Continue Reading

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ଚିକିତ୍ସାରେ ସହଯୋଗ ପାଇଁ ଭୁବନେଶ୍ୱର ଏମ୍ସରୁ ଗଲେ ଡାକ୍ତରଙ୍କ ୨ ଟି ଟିମ୍

ବାଲେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଆହତମାନଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରୀ ଟିମ୍ ଆହତ ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ବାହାରିଛନ୍ତି। ଚିକିତ୍ସା କାର୍ଯ୍ୟରେ ସହଯୋଗକରିବାକୁ ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଦୁଇଟି ଟିମ୍‌ ବାଲେଶ୍ୱର ଓ କଟକ ଯାଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ରେଳ ଦୁର୍ଘଟଣା ପାଇଁ ଯାହା ବି ଡାକ୍ତରୀ ସହଯୋଗ ଆବଶ୍ୟକ ପଡ଼ିବ ସବୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର […]

Continue Reading

ଟ୍ରେନ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇବା ନେଇ ସୂଚନା ଦେଲା ରେଳବାଇ

ଭୁବନେଶ୍ୱର: ବଢିଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଦିନ ୨ଟା ସୁଦ୍ଧା ଆସିଥିବା ତଥ୍ୟ ଦେଇଛି ରେଳ ବିଭାଗ । ଏହି ସମୟ ସୁଦ୍ଧା ମୃତ୍ୟୁ ସଂଖ୍ୟା ଏବେ ୨୮୮କୁ ବୃଦ୍ଧି ପାଇଛି । ୭୪୭ ଜଣ ଆହତଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏବେ ମଧ୍ୟ ୫୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ଏହା ପୂର୍ବରୁ ମଧ୍ୟ ଦକ୍ଷିଣ ପୂର୍ବ ରେଳବାଇ […]

Continue Reading

ରାତି ପାହିଲେ ଦେବସ୍ନାନ ପୁର୍ଣ୍ଣିମା: ଆଜି ରାତି ୧୦ଟାରୁ ୧୬ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଦେବସ୍ନାନ ପୁର୍ଣ୍ଣିମା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ରାତି ପାହିଲେ ମହା ସ୍ନାନ କରିବେ ମହାପ୍ରଭୁ । ଏବେଠାରୁ ଶ୍ରୀଜୀଉଙ୍କ ଗଜବେଶ ଦର୍ଶନ ପାଇଁ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏବେଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ଆସି ପହଞ୍ଚିଲେଣି । ତେବେ ଦେବସ୍ନାନ ନୀତି ପାଇଁ ଆଜି ରାତି ୧୦ଟାରୁ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ(୧୬ ଘଣ୍ଟା) ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । […]

Continue Reading

ଆସନ୍ତା ୩୦ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟୁନିଫର୍ମ: ପ୍ରଥମରୁ ଅଷ୍ଟମ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ୟୁନିଫର୍ମ ପ୍ରଦାନ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ପିଲାଙ୍କୁ ସ୍କୁଲ ୟୁନିଫର୍ମ ପ୍ରଦାନ କରାଯିବ । ପ୍ରତି ପିଲାଙ୍କୁ ୨ ହଳ ପୋଷାକ, ହଳେ ଜୋତା, ୨ ହଳ ମୋଜା ପ୍ରଦାନ କରାଯିବ । ଏଥିସହିତ ପିଲାଙ୍କୁ ଗୋଟିଏ ଟି-ଶାର୍ଟ, ଗୋଟିଏ ଟୋପି, […]

Continue Reading

କାଲିଠୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକୁ ଉଡ଼ିବ ସିଧାସଳଖ ବିମାନ

ଭୁବନେଶ୍ୱର: ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ପରେ ଆସନ୍ତାକାଲି (ଶନିବାର) ଠାରୁ ସିଙ୍ଗାପୁର ଓ ବ୍ୟାଂକକ ସିଧାସଳଖ ବିମାନ ଉଡ଼ିବ । ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକକୁ ରାଉଣ୍ଡ ଟ୍ରିପ୍ ବିମାନ ଭଡ଼଼ା ୧୫ ହଜାର ଟଙ୍କା ରହିଛି । ଭୁବନେଶ୍ୱର-ସିଙ୍ଗାପୁର ବିମାନ ଭୁବନେଶ୍ୱରରୁ ସକାଳ ୬ଟା ୨୫ରେ ଛାଡ଼ିବାକୁ ଥିବା ବେଳେ ସିଙ୍ଗାପୁରରେ ଦିନ ଗୋଟାଏ ୫ରେ ପହଞ୍ଚିବ । ସିଙ୍ଗାପୁର-ଭୁବନେଶ୍ୱର ବିମାନ ସିଙ୍ଗାପୁରରୁ ଦିନ ୨ଟା ୧୦ରେ ଛାଡ଼ିବ । ଭୁବନେଶ୍ୱର-ବ୍ୟାଂକକ ବିମାନ […]

Continue Reading

ଆସନ୍ତା ଦୁଇ ଦିନ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ, ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଭାରତୀୟ ଉପଦ୍ୱୀପଆଡକୁ ଧୀରେଧୀରେ ଗତି କରୁଥିବାରୁ ଆସନ୍ତା ଦୁଇଦିନ ଭିତରେ ମୌସୁମୀ କେରଳ ଛୁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଦକ୍ଷିଣ ଆରବ ସାଗର, ମାଳଦ୍ୱୀପ- ଲକ୍ଷାଦ୍ୱୀପ,କୁମୋରିନ୍‍ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗର ଓ ପୂର୍ବମଧ୍ୟ ବଙ୍ଗୋପସାଗର ଆଡକୁ ଅଗ୍ରସର ହୋଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଏ ମାସର ଦ୍ୱିତୀୟ ସପ୍ତାହ ଶେଷ ଆଡକୁ ମୌସୁମୀ ଓଡ଼ିଶା ଛୁଇଁପାରେ। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଏବଂ […]

Continue Reading