ସୀମାନ୍ତରେ ଓଡ଼ିଶା ପୋଲିସକୁ ସଫଳତା, ୬ଟି ଟିଫିନ୍ ବୋମା ସହ ବିସ୍ଫୋରକ ଜବତ

ମାଲକାନଗିରି: ସୀମାନ୍ତରେ ସର୍ଚ୍ଚ ଅପରେସନ୍ ବେଳେ ବଡ଼ ସଫଳତା ପାଇଛି ମାଲକାନଗିରି ପୋଲିସ । ମାଲକାନଗିରି ସୀମାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର କୁସୁମପୁଟରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ୫୦ରୁ ୬୦ କେଜି କର୍ଡେକ୍ସ ତାର ସହ ୬ଟି ଟିଫିନ୍ ବୋମା, ବିପୁଳ ବିସ୍ଫୋରକ ଏବଂ ୨ଟି ୱାକି ଟକି ସହ ଅନ୍ୟ ବୈଦ୍ୟୁତିକ୍ ଉପକରଣ ଜବତ କରିଛି ପୋଲିସ । ସର୍ଚ୍ଚ ଅପରେସନ୍ ବେଳେ ପୋଲିସ ଏସବୁ ମାଓ ସାମଗ୍ରୀ ଜବତ କରିଛି […]

Continue Reading

ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ଲାଗିରହିଛି । ଆଜି ଅପରାହ୍ଣରେ କଟକ-ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡାଠାରେ ସର୍ବାଧିକ ୩୩ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟରେ କେତେକ ସ୍ଥାନରେ ବର୍ଷା ଓ ପବନ ସହ କୁଆପଥର ମାଡ଼ ହେବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ମାହାଙ୍ଗା ଅଞ୍ଚଳର ୨୦ଟି […]

Continue Reading

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଦ୍ରକ ଗସ୍ତ ସ୍ଥଗିତ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେନି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଭଦ୍ରକ ଗସ୍ତ ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ତେବେ ଶାହଙ୍କ ଭଦ୍ରକ ଗତ କାହିଁକି ସ୍ଥଗିତ ରଖାଗଲା ସେ ନେଇ କୌଣସି କାରଣ କୁହାଯାଇ ନାହିଁ । ଅମିତ ଶାହଙ୍କ ଗସ୍ତ ସ୍ଥଗିତ ନେଇ ଦିଲ୍ଲୀର କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ରାଜ୍ୟ ବିଜେପି […]

Continue Reading

E-Reading Room:ରାଜ୍ୟରେ ପ୍ରଥମଥର ପାଇଁ ଖୋଲିଲା ଡିଜିଟାଲ୍ ରିଡିଂ ରୁମ୍, ଅଡିଓ ବୁକ୍ ଶୁଣିପାରିବେ ଆଉ ପାଠ ମନେରଖିବେ ଛାତ୍ରୀ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ରାଜ୍ୟର ପ୍ରଥମ ଡିଜିଟାଲ୍ ରିଡିଂ ରୁମ୍ ‘ବିନୋଦିନୀ ମହାପାତ୍ର ରିଡିଂ କର୍ଣ୍ଣର’ ମଙ୍ଗଳବାର ଉଦ୍ଘାଟିତ ହୋଇଛି । ଏଥିରେ ‘ମୋ କଲେଜ ଅଭିଯାନ’ ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରିଡିଂ ରୁମ୍ ର ଉଦ୍ଘାଟନ କରିଛନ୍ତି । ଏହି ରୁମ୍ ରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ‘ଜ’ ସଫ୍ଟୱେୟାର ଅଛି । ଏହି ସଫ୍ଟୱେୟାର ମାଧ୍ୟମରେ ସେମାନେ ଅଡିଓ ବୁକ୍ […]

Continue Reading

ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, କାଳିଆ ଦର୍ଶନ ସହ ନବୀନଙ୍କୁ ଭେଟିବେ ମମତା

ଭୁବନେଶ୍ବର : ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ବର ବିମାନବନ୍ଦରରେ ମଙ୍ଗଳବାର ପହଞ୍ଚିବାପରେ ସେଠାରୁ ପୁରୀ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଅପରାହ୍ମରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ମମତା । ମମତା ବାନାର୍ଜୀଙ୍କ ମହାପ୍ରଭୂଙ୍କୁ ଦର୍ଶନ ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ବୋଲି କହିଛି ଜିଲ୍ଲା ପ୍ରସାଶନ। ପ୍ରୋଟୋକଲ ଅନୁସାରେ ପଶ୍ଚିମବଙ୍ଗ ପୋଲିସ […]

Continue Reading

ମୟୁରଭଞ୍ଜରେ ବନ୍ଦ ଡାକରା: ପିକେଟିଂ ସହ ଜାତୀୟ ରାଜପଥରେ ଅବରୋଧ

ବାରିପଦା: ଆଜି ମୟୁରଭଞ୍ଜରେ କୁଡୁମୀ ସେନା ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୁଡୁମୀ ସେନା । କୁଡୁମୀ ସମ୍ପଦାୟ ଏବଂ ଏସଟି ତାଲିକାକୁ ନେଇ ଏହି ଦାବି କରାଯାଇଥିବା ବେଳେ ପିକେଟିଂ ସହ ସ୍ଥାନେ ସ୍ଥାନେ ଚକ ଅଖ ବନ୍ଦ କରିଛି କୁଡୁମୀ ସେନା । ସୂଚନା ଅନୁସାରେ, କୁଡୁମୀ ସମ୍ପ୍ରଦାୟକୁ ଏସଟି ତାଲିକାଭୁକ୍ତ କରିବା ଦାବି ନେଇ ଆଜି ୬ […]

Continue Reading

ମାଟ୍ରିକ ପରୀକ୍ଷା ଚାପ: ଜୀବନ ହାରିଦେଲେ ଛାତ୍ରୀ

ଯାଜପୁର: ମାଟ୍ରିକ ପରୀକ୍ଷା ସରିବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଛାତ୍ରୀ । ଦୁଇଟି ପରୀକ୍ଷାରେ ଖରାପ କରିଥିବାରୁ ଗତକାଲି ରାତିରେ ସେ ଆତ୍ମହତ୍ୟା କରି ଦେଇଛନ୍ତି । ଏମିତି ଦୁଃଖଦ ଖବର ଆସିଛି ଯାଜପୁର ଜିଲ୍ଲାରୁ । ମୃତା ଛାତ୍ରୀ ଜଣକ ଯାଜପୁର ଥାନା ତଥା ଦଶରଥପୁର ବ୍ଳକ ଅନ୍ତର୍ଗତ ବାମଦେବପୁର ଗ୍ରାମର ରଶ୍ମୀବାଳା ପାହିଲ। ସେ ଦଶରଥପୁର ବ୍ଳକ ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ । ରଶ୍ମୀ ଯାଜପୁର ମ୍ୟୁନିସିପାଲଟି ଉଚ୍ଚ ବିଦ୍ୟାଳୟରେ […]

Continue Reading

ଡକାୟତି ଓ ଦାଦାବଟି ଆଦାୟ ମାମଲାରେ ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ଦାଦାବାଟି ଆଦାୟ ଅଭିଯୋଗରେ ସୋମବାର ପୁରୀ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି । ପୁରୀ ଟାଉନ୍ ଥାନା ଅନ୍ତର୍ଗତ ହରଚଣ୍ଡୀ ସାହି ଚକ୍ରୋକୋଟ ଲେନ୍ କାଜୁ ଜଙ୍ଗଲରେ ୫ ଜଣ ଦୁର୍ବୃତ୍ତ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିବା ବେଳେ […]

Continue Reading

୨ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ କାଳବୈଶାଖୀ ବର୍ଷା, ଭୁବନେଶ୍ୱରରେ ଛେଚୁଛି କୁଆପଥର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆସନ୍ତା ୨ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ଘଡ଼ଘଡ଼ ସହ କୁଆପଥର ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତା ୨ ଘଣ୍ଟାରେ କାଳବୈଶାଖୀ ସହ କୁଆପଥର ବର୍ଷା ହେବ । ଏବେ ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୟାଗଡ଼, ଖୋର୍ଦ୍ଧା, ବଲାଙ୍ଗିର ଓ ପୁରୀ ଜିଲ୍ଲାରେ କାଳବୈଶାଖୀ […]

Continue Reading

ନବ ଦାସ ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ: ଗୋପାଳ ଦାସ ବିନା ସୂଚନାରେ ୨ ମାସ ଛୁଟିରେ ଥିଲେ

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାର ଅଭିଯୁକ୍ତଭାବେ ଗିରଫ ହୋଇଥିବା ଅଭିଯୁକ୍ତ ଗୋପାଳ ଦାସକୁ ମାନସିକ ରୋଗୀ ବୋଲି ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଛି । ଏମିତି ଅଭିଯୋଗ ଆଣି ବିରୋଧୀ ଗୃହକୁ ହୁଲସ୍ତୁଲ କରୁଥିବାବେଳେ ଆଜି ଗୃହରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଗୋପାଳ ମାନସିକ ରୋଗୀ ନ ଥିଲେ । ସେ କେବେ ବି ବଦଳି ପାଇଁ ଆବେଦନ କରି ନ ଥିଲେ । କାର୍ଯ୍ୟକାଳ ସମୟରେ ସୂଚାରୁ […]

Continue Reading