୧୮ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ୧୦ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏଥର ୫ ଲକ୍ଷ ୪୧ ହଜାର ୨୪୭ ପିଲା ମାଟ୍ରିକ୍ ପରୀକ୍ଷା ଦେଇଥିବା ଜଣାପଡିଛି । ସେମାନେ ପ୍ରାୟ ୩ ହଜାର ୨୧୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା। ଆଜି ଦିନ ସାଢ଼େ ୧୧ଟାରେ ବୋର୍ଡ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି […]

Continue Reading

୩ ଘଣ୍ଟା ଭିତରେ କାଳବୈଶାଖୀ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା । ଭୁବନେଶ୍ୱର ସମେତ ଓଡ଼ିଶାର ୩ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରିଛି ବିଭାଗ । ରାତି ୮.୨୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ସମେତ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ବର୍ଷା ପବନ ସହ ଏହି ସମୟ ମଧ୍ୟରେ ଘଡଘଡି, ବିଜୁଳି ସହ ୩୦ରୁ ୪୦ […]

Continue Reading

୭ ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ ଧରିଲା ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର: ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲାରେ ଏକାଧିକ ଡକାୟତି ଘଟଣାରେ ସଂପୃକ୍ତ ଥିବା ଏକ ଡକାୟତ ଗ୍ୟାଙ୍କ୍‌କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁରର ଗୋଷାଇଁନୂଆଗାଁ ଥାନା ପୁଲିସ। ଏହି ଗ୍ୟାଙ୍ଗ୍‌ର ସମସ୍ତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫ଟି ବାଇକ, ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୋଟିଏ ଖେଳନା ବନ୍ଧୁକ, ୧୭ଟି ମୋବାଇଲ, ୩୮ ଗ୍ରାମ୍‌ ଓଜନର ସୁନା ଅଳଙ୍କାର, ୫୫ ଗ୍ରାମ୍‌ର ରୂପା ଅଳଙ୍କାର ଏବଂ ନଗଦ ୩୩୩୨ ଟଙ୍କା ଜବତ କରାଯାଇଛି। […]

Continue Reading

OTP ସ୍କାମ୍ ; ଓଡିଶାରୁ ପାକିସ୍ତାନ ଚେର ଲମ୍ବିଛି, ନୟାଗଡ ଓ ଯାଜପୁରରୁ ୩ ଜଣ ଗିରଫ

ଭୁବନେଶ୍ୱର : ଓଟିପି ସ୍କାମ ମାମଲାର ପର୍ଦ୍ଦାଫାସ ହୋଇଛି । ଓଡିଶାରୁ ପାକିସ୍ତାନ ପର୍ଯ୍ୟନ୍ତ ଚେର ଲମ୍ବିଛି । ଏନେଇ ଏସଟିଏଫ୍ ବଡ ଖୁଲାସ କରିଛନ୍ତି । ଓଟିପି ସ୍କାମ ମାମଲାରେ ନୟାଗଡ ଓ ଯାଜପୁର ରୁ କିଛି ଯୁବକ ପାକିସ୍ତାନର ଠକ କୁ ସହାର୍ଯ୍ୟ କରୁଥିବା ଜଣାପଡିଛି । ଦେଶରୁ ଓଟିପି ପାକିସ୍ତାନ ପଠାଉଥିବା ଅଭିଯୋଗରେ ପୋଲିସ ନୟାଗଡ ଓ ଯାଜପୁର ରୁ ୩ ଜଣ ଯୁବକଙ୍କୁ ଗିରଫ କରିଛି । ଦେଶ ବିରୋଧୀ କାର୍ଯ୍ୟ […]

Continue Reading

‘ପୁଷ୍ପା-୨’ରେ ଓଡ଼ିଆ ପୁଅ: ମିଥୁନଙ୍କ ଦମଦାର ଅଭିନୟ ଦେଖି ଅଲ୍ଲୁ ଅର୍ଜୁନ ଛାନିଆ

ଭୁବନେଶ୍ୱର: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା’ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହେବା ପରେ ଏବେ ‘ପୁଷ୍ପା-୨’କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ‘ପୁଷ୍ପା-୨’ର ଶୁଟିଂ ଓଡ଼ିଶାରେ ଚାଲିଛି । ରାଜ୍ୟର ମାଲକାନଗିରିର କିଛି ଅଞ୍ଚଳରେ ଏହି ଫିଲ୍ମର କିଛି ଦୃଶ୍ୟ ଶୁଟିଂ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଖୁସି କହିଲେ ନସରେ । ପ୍ରଶଂସକମାନେ ଅଲ୍ଲୁ ଅର୍ଜୁନଙ୍କୁ ଅତି ନିକଟରୁ ଦେଖିବାକୁ ବେଶ୍ ଭିଡ଼ ଜମାଉଛନ୍ତି […]

Continue Reading

ବାପାଙ୍କ ରେକର୍ଡ ଭାଙ୍ଗିଲେ ଦୀପାଳି ; ବିପୁଳ ଭୋଟରେ ବଜୟଲାଭ

ଭୁବନେଶ୍ୱର : ବାଘର ଛୁଆ ସବୁବେଳେ ବାଘ ରହିବ । ବାପାଙ୍କ ରେକର୍ଡ ଭାଙ୍ଗି ବିପୁଳ ଭୋଟରେ ଜିତିଲେ ଦୀପାଳି । ବିଧିବଦ୍ଧଭାବରେ ଘୋଷଣା ହେଲା । ୧୦୭୦୦୩ ଭୋଟରେ ଦୀପାଳି ବିଜୟ ଲାଭ କରିଛନ୍ତି । ପ୍ରଥମଥର ପାଇଁ ବିଜେଡି ଏକ ଲକ୍ଷ ଉପରେ ଭୋଟ୍ ସଂଗ୍ରହ କରିଛି । ରେକର୍ଡ ସଂଖ୍ୟାରେ ବିଜେଡି ବିଜୟ ଲାଭ କରିଛି । ବାଘ ର ଝିଅ ବାଘୁଣୀ ବୋଲି ଦୀପାଳି ନିଜେ କହିଛନ୍ତି । ବିଜେପିକୁ ୫୮୩୮୪ […]

Continue Reading

ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଖାଲି ପାଦରେ ଚାଲି ଚାଲି ଆସିଲେ ଭକ୍ତ

ସୁବର୍ଣ୍ଣପୁର: ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତୁଟ ବନ୍ଧନ । ଭକ୍ତର ଭାବ ଡୋରିରେ ବନ୍ଧା ମହାପ୍ରଭୁ । ସେହି ଭାବ ଡୋରିକୁ କେହି କାଟି ପାରିବେନି । ସେ ପବନ ହେଉ କି ଝାଞ୍ଜି ଖରା । ଲକ୍ଷେ ପ୍ରତିବନ୍ଧକ ସାଜିଲେ ବି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅଟାକାଇ ପାରିବନି । ଏ ତ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ । ଜଗତର ନାଥ ଜଗନ୍ନାଥ କାହାକୁ କେମିତି ଯେ ଡୋରି ଲଗେଇବେ ସେକଥା କେହି ଜାଣିନାହାନ୍ତି […]

Continue Reading

ପ୍ରମିଳା ମଲ୍ଲିକଙ୍କୁ ମିଳିଲା ୨ ବିଭାଗ ଦାୟିତ୍ୱ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଜି ଆଉ ଦୁଇଟି ବିଭାଗର ଦାୟିତ୍ୱ ମିଳିଲା । ତାଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗ ଅତିରିକ୍ତ ଦାୟିତ୍ୱ ଭାର ଦିଆଯାଇଛି । ପୂର୍ବରୁ ସେ କେବଳ ରାଜସ୍ୱ ବିପର୍ଯ୍ୟୟ ବିଭାଗର ପରିଚାଳନା କରୁଥିବା ବେଳେ ବର୍ତ୍ତମାନ ତାଙ୍କୁ ଅନ୍ୟ ଦୁଇଟି ବିଭାଗର ଦାୟିତ୍ୱ ଦିଆଯାଇଛି । ସୂଚନା ଅନୁଯାୟୀ, ୨ଟି ମନ୍ତ୍ରୀ ଇସ୍ତଫା ଦେବାପରେ ଗଣଶିକ୍ଷା ଓ ଶ୍ରମ ବିଭାଗ ଖାଲି ପଡିଥିଲା । ଗତକାଲି ମନ୍ତ୍ରୀ ସମୀର […]

Continue Reading

ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌ର ନର୍ସମାନଙ୍କ ସେବା ଅତୁଳନୀୟ: ଶାଶ୍ୱତୀ ଦାସ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌କୁ ଆସୁଥିବା ସଂକ୍ରମିତମାନଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତୁଳନୀୟ ଥିଲା । କୋଭିଡ ସମୟରେ ହିଁ ସେମାନଙ୍କର ଦକ୍ଷତା ପ୍ରତିପାଦିତ ହୋଇଥିଲା ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ କହିଛନ୍ତି । ଆନ୍ତର୍ଜାତିକ ନର୍ସେସ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି […]

Continue Reading

ସାରଙ୍କ ଚାପୁଡା ସହିନପାରି ଛାତ୍ରର ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱରରେ ଥିବା ଏକ ଆଇଟିଆଇ କଲେଜରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦୁଝର ଜିଲ୍ଲାର ବାସିନ୍ଦା ତଥା କଲେଜରେ ଛାତ୍ର ରୁଦ୍ର ମାଧବ ରଣାଙ୍କୁ ଶୁକ୍ରବାର ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଭବାନୀ ନାମକ ଜଣେ ଶିକ୍ଷକଙ୍କ ଦ୍ୱାରା ମାଡ ଖାଇଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ତାଙ୍କ ମା’ ଦାବି କରିଛନ୍ତି। ମୃତ ଛାତ୍ରଙ୍କ ମା’ଙ୍କ କହିବାନୁସାରେ, […]

Continue Reading