ଓଡ଼ିଶାରେ ୭ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଡିଆରଡିଓ

Top Storise ରାଜ୍ୟ

ଭୁବନେଶ୍ୱର: କରୋନା ରୋଗୀଙ୍କ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶାରେ ୭ଟି ପ୍ଲାଣ୍ଟ ସ୍ଥାପନ ଲାଗି ନିଷ୍ପତ୍ତି ହୋଇଛି।

ଏନେଇ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ନ୍ୟାସନାଲ୍ ହାଇଓ୍ବେ ଅଥୋରିଟି ଅଫ୍ ଇଣ୍ଡିଆର (ଏନଏଚଏଆଇ) ମୁଖ୍ୟ ଜେନେରାଲ୍ ମ୍ୟାନେଜର (ଓଡ଼ିଶା ବ୍ରାଞ୍ଚ) ଆରପି ପଣ୍ଡା କହିଛନ୍ତି ଯେ କଟକସ୍ଥିତ ଆଚାର‌୍ୟ୍ୟ ହରିହର ଆଞ୍ଚଳିକ କର୍କଟ ଅନୁସନ୍ଧାନ କେନ୍ଦ୍ର ଏବଂ ଝାରସୁଗୁଡା, ବୌଦ୍ଧ, କୋରାପୁଟ, ଗଜପତି ଏବଂ ନୟାଗଡ଼ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି ପ୍ଲାଣ୍ଟ ସ୍ଥାପନ କରାଯିବ।

ଅକ୍ସିଜେନ ପାଇପ୍ ମାଧ୍ୟମରେ ଡାକ୍ତରଖାନା ଯୋଗାଇ ଦିଆଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ତେବେ ଡିଆରଡିଓ କାରଖାନା ସ୍ଥାପନ କରିବାକୁ ଥିବାବେଳେ ଏନଏଚଏଆଇ ତାହାର ନିର୍ମାଣ ଏବଂ ଇଲେକ୍ଟ୍ରିସିଟି କାର‌୍ୟ୍ୟ ହାତକୁ ନେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *