ଶ୍ରୀନଗର: କାଶ୍ମୀରର ଉତ୍ତର ଭାଗରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ରେ ମପା ଯାଇଛି । ଏହି ଭୂକମ୍ପ ରାତି ୯.୩୫ରେ ଅନୁଭୂତ ହୋଇଛି, ଯାହାର ଗଭୀରତା ୧୦ କିଲୋମିଟର ବୋଲି କୁହାଯାଉଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୧୪୮ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଥିଲା।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଏହି ଭୂକମ୍ପ ସମ୍ପର୍କରେ ପୋଲିସ କହିଛି ଯେ, ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ। ରବିବାର ରାତିରୁ ଲଦାଖରେ ମଧ୍ୟବର୍ତ୍ତୀକାଳୀନ ତୁଷାରପାତ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଶ୍ରୀନଗରରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।