ଟ୍ଵିଟରରୁ ୪୪୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଛଟେଇ କଲେ ଏଲନମସ୍କ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଏଲନ ମସ୍କ ନେଲେ ନୂଆ ପଦକ୍ଷେପ । ଟ୍ଵିଟରର ୫୦ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିବା ପରେ ଏବେ କଣ୍ଟ୍ରାକ୍ଟ ହିସାବରେ ଥିବା ୪୪୦୦ ଲୋକଙ୍କୁ ଚାକିରୀରୁ ଛଟେଇ କରିଛନ୍ତି। ଟ୍ଵିଟର ଏବଂ ଅନ୍ୟ ବଡ ସାମାଜିକ ଗଣମାଧ୍ୟମ ମଞ୍ଚରେ ଘୃଣା ସୃଷ୍ଟି କରୁଥିବା ସାମଗ୍ରୀ ଉପରେ ନଜର ରଖିବା ପାଇଁ ପୂର୍ବରୁ ଟ୍ଵିଟର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରଖିଥିଲା। ଏବେ ଏଲନ ମସ୍କ ଉକ୍ତ କର୍ମଚାରୀଙ୍କୁ କମ୍ପାନିରୁ ବାହାର କରି ଦେଇଛନ୍ତି।

ଏହା ପୂର୍ବରୁ ନଭେମ୍ବର ୪ରେ ଟ୍ଵିଟର ନିଜ ସ୍ଥାୟୀ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ମେଲ୍ ପଠାଇ ଚାକିରିରୁ ବହିଷ୍କାର କରିଦେଇଥିଲା । ଠିକାରେ କାମ କରୁଥିବା ଜଣେ କର୍ମଚାରୀ ମେଲିସା ଇଙ୍ଗଲ କହିଛନ୍ତି, ବଡ ସଂଖ୍ୟାରେ କର୍ମଚାରୀଙ୍କୁ ବିଦା କଲେ ଟ୍ଵିଟରର ସ୍ଥିତି ଆହୁରି ଖରାପ ହୋଇଯିବାର ଆଶଙ୍କା ରହିଛି। କୁହାଯାଉଛି ଯେ, କଣ୍ଟ୍ରାକ୍ଟରମାନେ ବିନା ବିଜ୍ଞପ୍ତିରେ ସମାପ୍ତିର ଏକ ଇମେଲ ଗ୍ରହଣ କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ନଭେମ୍ବର 14 ସେମାନଙ୍କ କାର୍ଯ୍ୟର ଶେଷ ଦିନ ହେବ।

ବ୍ଲୁମର୍ଗର ରିପୋର୍ଟ ଅନୁଯାୟୀ, କର୍ମଚାରୀଙ୍କୁ ବହିଷ୍କାର କରାଯିବା ନିଜ ନିଷ୍ପତ୍ତିକୁ ଏଲନ ମସ୍କ ନିକଟରେ ପ୍ରତ୍ୟାହାର କରି ନେଇଥିଲେ। ରିପୋର୍ଟରେ କୁହାଯାଇଥିଲା ଯେ, କିଛି କର୍ମଚାରୀଙ୍କୁ ଭୁଲ ବଶତଃ ଚାକିରିରୁ ବିଦା କରାଯାଇଥିଲା। ପୁଣି ଥରେ ଚାକିରିକୁ ଫେରିଥିବା କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ସିନିୟର ଦଳର ସଦସ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *