ପ୍ରୀତି ପ୍ରଣତି ଯୁବ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଏ ପି ଶୁଭକାନ୍ତ

Top Storise ରାଜ୍ୟ

କେନ୍ଦୁଝର: କେନ୍ଦୁଝର ଜିଲ୍ଳା ଆନନ୍ଦପୁରର ଆନନ୍ଦଭବନ ଠାରେ ପ୍ରୀତି ପ୍ରଣତି ସାହିତ୍ୟ ପରିବାର ପକ୍ଷରୁ ଆୟୋଜିତ ପ୍ରଥମ ବାର୍ଷିକ ଉତ୍ସବରେ ଏ ପି ଶୁଭକାନ୍ତଙ୍କୁ ଚଳିତ ବର୍ଷ ପ୍ରୀତି ପ୍ରଣତି ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି।  ପରିବାରର ସଭାପତି ବିଭୁତି ଭୂଷଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ ସମାବେଶରେ ମୁଖ୍ୟ ସମ୍ପାଦକ ଦେବବ୍ରତ ବାରିକ, ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ରମାକାନ୍ତ ନାୟକ,ମୁଖ୍ୟ ବକ୍ତା ଭାବେ ସଂଗ୍ରାମ କେଶରୀ ସାମନ୍ତରାୟ,ସମ୍ମାନିତ ବକ୍ତା ଭାବେ ଶିଶୁ ସାହିତ୍ୟିକ ରତ୍ନାକର ଦାସ,ସମ୍ମାନିତ ଅତିଥି ଭାବେ ହରିହର ପାଣିଗ୍ରାହୀ ଓ କବି ହାସ୍ୟମୟୀ ରାଜ୍  ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଦିଗନ୍ତ ସମ୍ପର୍କରେ ଆଲୋକପାତ କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କବି, ଗାଳ୍ପିକ ପ୍ରାବନ୍ଧିକ ଙ୍କୁ ମଧ୍ଯ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଅନେକ ସାହିତ୍ୟ ଅନୁରାଗୀ ଯୋଗ ଦେଇଥିଲେ।

ଏ ପି ଶୁଭକାନ୍ତ ବିଭିନ୍ନ ସମ୍ବାଦପତ୍ରରେ ସାଂପ୍ରତିକ ବିଷୟବସ୍ତୁ (ମୁଖ୍ୟତଃ ଡିଜିଟାଲ ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ) କୁ ନେଇ ସ୍ତମ୍ଭ ଲେଖନ୍ତି। ଏହା ବ୍ୟତୀତ ଏ ପି ଶୁଭକାନ୍ତ ତାଙ୍କର କିଛି ଛାତ୍ରବନ୍ଧୁଙ୍କ ସହ ମିଶି ସାହିତ୍ୟଭିତ୍ତିକ ପତ୍ରିକା ଶୁଭଦୃଷ୍ଟି ଏବଂ ଜନଜାତି ସଂସ୍କୃତିକୁ ନେଇ “ଆମ ଜନଜାତି” ପତ୍ରିକା ପ୍ରକାଶିତ କରିଆସୁଛନ୍ତି। ଏଭଳି ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିବାରୁ ତଥା ଏହି ସମ୍ମାନର ହକ୍‌ଦାର୍‌ ଭାବିଥିବାରୁ ପ୍ରୀତି ପ୍ରଣତି ସାହିତ୍ୟ ପରିବାରକୁ କୃତଜ୍ଞତା  ଜଣାଇଛନ୍ତି ଏ ପି ଶୁଭକାନ୍ତ।

Leave a Reply

Your email address will not be published. Required fields are marked *