କୋର୍ଟରେ ହାଜର ହେଲେ ଅନୁଭବ, ଆସିଲେନି ବର୍ଷା

Top Storise ରାଜ୍ୟ

କଟକ : ବହୁଚର୍ଚ୍ଚିତ ସେଲିବ୍ରେଟି ଯୋଡି ଅନୁଭବ ଓ ବର୍ଷା ପ୍ରୀୟଦର୍ଶିନୀ ବିବାହ ବିଚ୍ଛେଦ ମାମଲା । ଆଜି ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ । ତେବେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଆଜି କୋର୍ଟରେ ହାଜର ହୋଇ ନଥିଲେ ବର୍ଷା । ତେବେ ବର୍ଷା ଫ୍ୟାମିଲି କୋର୍ଟରେ ହାଜର ନହେବାରୁ ଅନୁଭବ କହିଛନ୍ତି ତାଙ୍କ ଉଦ୍ଦେଶ୍ୟ କଣ ବେଶ ଭଲ ଭାବେ ଜଣାପଡୁଛି । ତେବେ ଏନେଇ ଖୁବଶୀଘ୍ର ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି ଅନୁଭବ ।

ଅନୁଭବ କହିଛନ୍ତି, ବର୍ଷା ଭଲରେ ରୁହନ୍ତୁ ଏବଂ ଖୁସିରେ ରୁହନ୍ତୁ । କୋର୍ଟରେ ହାଜର ନହେବା ବର୍ଷାଙ୍କ ପ୍ରକୃତ ଉଦ୍ଦେଶ୍ୟ କଣ ବୋଲି ସ୍ପଷ୍ଟ କରୁଛି । ବର୍ଷାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି ଏବଂ ତାଙ୍କ ପ୍ରତି ଭଲପାଇବା କେବେ ବି କମି ନାହିଁ ବୋଲି କହିଛନ୍ତି ଅନୁଭବ । ତେବେ ଯାହା ବି ମାମଲା ଚାଲିଛି ବର୍ଷା ଓ ତାଙ୍କ ଓକିଲ ସଠିକ୍ ପରାମର୍ଶ ଦେଲେ ଭଲ ହେବ ବୋଲି ଓଲଟା କହିଛନ୍ତି ଅନୁଭବ । ଖାଲି ସେତିକି ନୁହେଁ, ବର୍ଷାଙ୍କୁ ଭଲ ପାଇ ବାହା ହୋଇଥିଲି, ତାଙ୍କ ଠାରୁ ଏହା ଆଶା କରୁନାହିଁ । ଏପରି କଲେ ପ୍ରେମ ଉପରୁ ଭରଷା ତୁଟିଯିବ ବୋଲି ଅନୁଭବ କହିଛନ୍ତି । ଆସନ୍ତା ଅଗଷ୍ଟ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Leave a Reply

Your email address will not be published. Required fields are marked *