୪୩ ତମ ଜନ୍ମଦିନରେ ବଲିଉଡ୍‌ରେ ୨୫ ବର୍ଷ ପୂରଣ କଲେ ରାନୀ ମୁଖାର୍ଜୀ

Top Storise ଦେଶ- ବିଦେଶ ମନୋରଞ୍ଜନ

ନୂଆଦିଲ୍ଲୀ: ଆଜି ବଲିଉଡ୍‌ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ୪୩ତମ ଜନ୍ମଦିନ। ମାର୍ଚ୍ଚ ୨୧ରେ ଅଭିନେତ୍ରୀ ନିଜର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ରାନୀ ବଲିଉଡ୍‌ରେ ତାଙ୍କର ୨୫ ବର୍ଷ ପୂରା କରିଛନ୍ତି ଅର୍ଥାତ୍ ବଲିଉଡ୍‌ରେ ତାଙ୍କର ଅଭିନୟକୁ ୨୫ ବର୍ଷ ପୂରିଛି।

ରାନୀ ମୁଖାର୍ଜୀ ୧୯୯୬ ମସିହାରେ ମାତ୍ର ୧୬ ବର୍ଷ ବୟସରେ ବଙ୍ଗାଳୀ ଚଳଚ୍ଚିତ୍ର ‘ବିୟର୍ ଫୁଲ୍’‌ରେ ଅଭିନୟ ଆରମ୍ଭ କରିଥିଲେ। ତାଙ୍କ ଅଭିନୟକୁ ଏହା ଭିତରେ ୨୫ ବର୍ଷ ବିତିଯାଇଛି।

ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, “୧୬ ବର୍ଷ ବୟସରୁ ମୋର ଯାତ୍ରା ଆରମ୍ଭ ହୋଇଛି ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ସଂଗ୍ରାମ ଏବଂ ଶିକ୍ଷା ଏପର୍ଯ୍ୟନ୍ତ ଜାରି ରହିଛି। ମୋତେ ଆହୁରି ଅନେକ କିଛି କରିବାକୁ ପଡିବ। ମୁଁ ବିଭିନ୍ନ ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ସହ ଯେତେ ଅଧିକ କାମ କରିବି, ସେତିକି ଶିଖିବି।

ଫିଲ୍ମ‌ ‘କୁଛ୍‌ କୁଛ୍‌ ହୋତା ହୈ’ ରାନୀଙ୍କ ଅଭିନୀତ ଏକ ସୁପରହିଟ୍‌ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଫିଲ୍ମରେ ଥିବା ଟିନା ଚରିତ୍ରଟି ଏବେ ବି ଦର୍ଶକଙ୍କ ହୃଦୟରେ ରାଜ କରୁଛି। ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଅଧିକ ଲୋକପ୍ରିୟତା ଆଣିଦେଇଥିଲା।

Leave a Reply

Your email address will not be published. Required fields are marked *