ଭାରତକୁ ପ୍ରାୟ ୭୦ ମିଲିୟନ ଡଲାର ମୂଲ୍ୟର ଚିକିତ୍ସା‌ ସାମଗ୍ରୀ ପଠାଇବ ଫାଇଜର

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଗ୍ଲୋବାଲ ଫାର୍ମା ପ୍ରମୁଖ ଫାଇଜର ପ୍ରାୟ ୭୦ ମିଲିୟନ ଡଲାର ମୂଲ୍ୟର ଚିକିତ୍ସା‌ରେ ବ୍ୟବହୃତ ଔଷଧ ଭାରତ ପଠାଇବ। ଏ ନେଇ କମ୍ପାନୀର ଚେୟାରମ୍ୟାନ୍ ତଥା ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି।

ସେ ଭାରତରେ ଥିବା କୋଭିଡ-୧୯ ପରିସ୍ଥିତିକୁ ନେଇ ଗଭୀର ଭାବରେ ଚିନ୍ତିତ ବୋଲି କହିଛନ୍ତି।

ଏହି ରୋଗ ବିରୋଧରେ ଭାରତର ସଂଗ୍ରାମରେ ଆମେ ଅଂଶୀଦାର ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ବୋର୍ଲା।

ବର୍ତ୍ତମାନ, ଆମେରିକା, ୟୁରୋପ ଏବଂ ଏସିଆର ବିତରଣ କେନ୍ଦ୍ରଗୁଡ଼ିକରେ ଫାଇଜର ସହକର୍ମୀମାନେ ଫାଇଜର ଔଷଧ ପଠାଇବା କାର୍ଯ୍ୟରେ କଠିନ ପରିଶ୍ରମ କରୁଛନ୍ତି ଯାହାକୁ ଭାରତ ସରକାର ଏହାର କୋଭିଡ-୧୯ ଚିକିତ୍ସା ପ୍ରୋଟୋକଲର ଏକ ଅଂଶ ଭାବରେ ଚିହ୍ନଟ କରିଛନ୍ତି।

Leave a Reply

Your email address will not be published. Required fields are marked *