ଉତ୍କଳ ବିଶ୍ବବିଦ୍ୟାଳୟରେ ସିଭିଲି ସର୍ଭିସ କୋଚିଂ ସେଣ୍ଟର ‘ଉଡ଼ାନ’ ଉଦଘାଟିତ

Top Storise ରାଜ୍ୟ

ଭୁବନେଶ୍ୱର: ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କୁ ଭାରତୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ଵାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଶିକ୍ଷା (କୋଚିଂ) ଦିଆଯିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପ୍ରତିବର୍ଷ କିପରି ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଆଇଏଏସ୍ ପାଇବେ ସେଥ୍‌ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଜନା ପ୍ରଣୟନ ହୋଇଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଦେବାକୁ ରାଜ୍ୟ ସରକାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ଆର୍ଥିକ ପାଣ୍ଠି ଯୋଗାଇ ଦେଇଛନ୍ତି। ଆଶାୟୀ ଛାତ୍ରଛାତ୍ରୀଙ୍କ ପିଛା ଟଙ୍କା ଖର୍ଚ୍ଚ କରି ଓ ସ୍ଵତନ୍ତ୍ର ଶିକ୍ଷା ଦେଇ ଆଇଏଏସ୍ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସିଭିଲ ସର୍ଭିସ କୋଚିଂ ସେଣ୍ଟର ‘ଉଡ଼ାନ’ ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମୁଖ୍ୟଅତିଥ୍‌ ଭାବେ ଯୋଗଦେଇ ଭାରତୀୟ ପ୍ରଶାସନିକ ସେବାରେ ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀମାନେ କିଭଳି ପ୍ରସ୍ତୁତି କରିବେ ସେଥ୍‌ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପ୍ରକଳ୍ପ ନିର୍ଦେଶକ ଅରିନ୍ଦମ ଡାକୁଆ ଏବଂ ନୂତନ ଆଇଏଏସ ଶିକ୍ଷାନବୀସ କୁନାଲ୍ ଚଭାନ ଯୋଗଦେଇ କହିଥିଲେ ଯେ ଭାରତୀୟ ପ୍ରଶାସନିକ ସେବାରେ ସଫଳତା ପାଇଁ ସମୟାନୁବର୍ଜିତା ଜରୁରୀ। ଏଥିପାଇଁ ନିଜସ୍ଥ ଶୈଳୀରେ ଏକ ଯୋଜନା ପ୍ରସ୍ତୁତ କରି ପାଠ୍ୟକ୍ରମର ବିଷୟବସ୍ତୁକୁ ବାରମ୍ବାର ପଠନ ଓ ଲିଖନ ଅଭ୍ୟାସ ଜାରି ରଖୁବା ଦରକାର। ସାଧାରଣ ଜ୍ଞାନ ଓ ସାମ୍ପ୍ରତିକ ଘଟଣାବଳୀକୁ ମନେ ରଖିବାକୁ ହେବ। ଏଥିପାଇଁ ବିଭିନ୍ନ ପାଠ୍ୟପୁସ୍ତକର ସହାୟତା ନେବାକୁ ପଡ଼ିଥାଏ। ପ୍ରସ୍ତୁତି ସମୟରେ ପ୍ରତିଟି ସମୟରେ ଆହ୍ୱାନ ଦେଖାଦେଇପାରେ। ସେସବୁ ଆହ୍ୱାନକୁ ସୁଯୋଗରେ ପରିଣତ କରି କଠିନ ପରିଶ୍ରମ ଜାରି ର ସଫଳତା ନିଶ୍ଚୟ ମିଳିବ। ଏହାସହିତ ନିରନ୍ତର ଉଦ୍ୟମ ଓ ଜ୍ଞାନ ଆହରଣରେ ଆଗ୍ରହ ହିଁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ଚାବିକାଠି ବୋଲି ସେମାନେ କହିଥିଲେ ।

ଉତ୍କଳ ବିଶ୍ଵବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳସଚିବ ଡ. ଅଭୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଡେପୁଡି କୋଅର୍ଡିନେଟର ଡ.ସ୍ମିତା ନାୟକ ଅତିଥ୍‌ ପରିଚୟ ପ୍ରଦାନ କରିଥିବାବେଳେ ପ୍ରଫେସର ଯଶୋଦା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଉତ୍କଳ ବିଶ୍ଵବିଦ୍ୟାଳୟରେ ଲିଷ୍କୃତ ଓ ମୌଖକ ପରୀକ୍ଷା ଜରିଆରେ ପ୍ରତିବର୍ଷ ୪୦ଜଣ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସ କୋଚିଂ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ୮୫ଜଣ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିଥିଲେ। କେବଳ ଏହି ବର୍ଷ ଆବେଦନ କରିଥିବା ସବୁ ଛାତ୍ରଛାତ୍ରୀଙ୍କୁ ଦୁଇଟି ସିଟିଂରେ କୋଚିଂ ଦେବା ପାଇଁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପରି ନେଇଛନ୍ତି। ଆସନ୍ତା ଜୁନ ମାସରେ ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଥିବାରୁ ପ୍ରତି ଶନିବାର ଓ ରବିବାର ଛାତ୍ରଛାତ୍ରୀଙ୍କୁ କୋଚିଂ ଦିଆଯିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *