ବଢୁଛି ସୁନା ଦର। ଟ୍ରମ୍ପଙ୍କ ଟାରିଫ୍ ମାଡ଼ ପରେ ହୁ ହୁ ହୋଇ ବଢୁଛି ସୁନା ଦର । ରକେଟ ଭଳି ଉପର ମୁଁହା ହୋଇଛି। ଚିନ୍ତାରେ ଗ୍ରାହକ। ଇଛା ଅଛି ସୁନା କିଣିବାକୁ କିନ୍ତୁ ପକେଟରେ ଟଙ୍କା ନାହିଁ।
ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ପରେ ରେକର୍ଡର ବନ୍ଧବାଡ ଭାଙ୍ଗିଛି ସୁନା ଦର । ରବିବାର ଦିନ ଘରୋଇ ବଜାରରେ ସୁନା ଦର ଆକାଶ ଛୁଇଁଛି।
ଦିଲ୍ଲୀରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୩ ହଜାର ୪୦ ଟଙ୍କାରେ ପହଞ୍ଚିଛି । ଭୁବନେଶ୍ୱରରେ ବି ସମାନ ରହିଛି ୨୪ କ୍ୟାରେଟ ସୁନା । ୨୨ କ୍ୟାରେଟ ସୁନା ୯୪ ହଜାର ୪୫୦ ଟଙ୍କା ରହିଛି । ମାତ୍ର ସପ୍ତାହେ ଭିତରେ ୨ ହଜାର ୬୮୯ ଟଙ୍କା ବଢିଛି ସୁନା ।
ଅନ୍ତର୍ଜାତୀୟ ବଜାରରେ ଉପରମୁହାଁ ରହିଛି ସୁନା ଦର । ଗତବର୍ଷ ସୁଦ୍ଧା ସୁନା ଆଉନ୍ସ ପ୍ରତି ୪୦୦୦ ଡଲାର୍ ଛୁଇଁପାରେ ବୋଲି ଅନୁମାନ କରିଛନ୍ତି ଏକ୍ସପର୍ଟ । ମାର୍କେଟ ଏକ୍ସପର୍ଟଙ୍କ ମତରେ ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଉତ୍ତେଜନା, ଫେଡେରାଲ ରିଜର୍ଭର ସୁଧହାର ହ୍ରାସ ସହ ଟ୍ରମ୍ପଙ୍କ ଟାରିଫ୍ ସୁନା ଦର ବଢିବାର ମୁଖ୍ୟ କାରଣ ।

