The new Nokia Keypad 5G phone is coming to the market with a DSLR camera at Rs 2999

2999 ଟଙ୍କାରେ DSLR କ୍ୟାମେରା ସହ ମାର୍କେଟକୁ ଆସୁଛି ନୂଆ Nokia Keypad 5G ଫୋନ

Top Storise ଦେଶ- ବିଦେଶ ବାଣିଜ୍ୟ

ଭୁବନେଶ୍ୱର (ବ୍ୟୁରୋ) : ମୋବାଇଲ ବ୍ୟବହାରକାରୀଙ୍କ ପ୍ରଥମ ପସନ୍ଦ ଥିଲା ନୋକିଆ ମୋବାଇଲ | କୌଣସି କାରଣ ବଶତଃ ମାର୍କେଟରୁ ଲୁପ୍ତ ହେଇଯାଉଥିବା ଫୋନ କମ୍ପାନୀ କିନ୍ତୁ ଏବେ ପୁଣି ମାର୍କେଟରେ ନିଜର ପତିଆରା ଜାହିର କରିବାକୁ ଅଣ୍ଟା ଭିଡିଲାଣି | ଟଚ ସ୍କ୍ରିନ ସ୍ମାର୍ଟଫୋନ ଦୁନିଆରେ ନୋକିଆ ପ୍ରବେଶକୁ ସହଜରେ ଅନେକ ଗ୍ରହଣ କରିପାରୁନାହାନ୍ତି | ଏହି ଫୋନ ଭାରତରେ ଏକ ଭୌତିକ ପରିବର୍ତନ କରିପାରେ ବୋଲି ଆଲୋଚନା ହେଉଛି | ତେବେ ଆସନ୍ତୁ ଜାଣିବା ନୋକିଆ କିପ୍ୟାଡ଼ 5G ଫୋନ କଣ ସୁବିଧା ଦେଉଛି |

ନୋକିଆ କିପ୍ୟାଡ଼ 5g ଏହା କେବଳ କିପ୍ୟାଡ଼ ଫୋନ ନୁହଁ କିଫ୍ୟାଡ଼ ଫୋନକୁ ଭଲ ପାଉଥିବା ଲୋକଙ୍କ ଏହା ପ୍ରଥମ ପସନ୍ଦ ହେବ | କାରଣ ଫୋନ ସିନା କିପ୍ୟାଡ଼ କିନ୍ତୁ ଏହା ସ୍ମାର୍ଟଫୋନ ଏବଂ 5g ଉଭୟର ମଜା ଦେବ | ଏହା ଅନେକ ଗ୍ରାହକଙ୍କ ପାଇଁ ଗେମ ଚେଞ୍ଜର ହେବ ବୋଲି କମ୍ପାନୀ ପକ୍ଷରୁ ଦାବି ହେଉଛି |

ସମସ୍ତଙ୍କ ପାଇଁ 5G
ଏହି ଫୋନର ସବୁଠାରୁ ରୋମାଞ୍ଚକର ବୈଶିଷ୍ଟ୍ୟ ହେଉଛି ଏହାର ନାମ – 5G | ଏହାର ଅର୍ଥ ହେଉଛି ସମଗ୍ର ଭାରତରେ ଉପଲବ୍ଧ ହେଉଥିବା ହାଇ ସ୍ପିଡ଼ ଇଣ୍ଟରନେଟ୍ ସ୍ପିଡ୍ ପାଇଁ ନୋକିଆ କୀପ୍ୟାଡ୍ 5G ପ୍ରସ୍ତୁତ ହୋଇଛି | ଫୋନ୍ ଯେକୌଣସି ଟେଲିକମ୍ ସେବା ପ୍ରଦାନକାରୀଙ୍କ ଠାରୁ 5G ସିମ୍ କାର୍ଡକୁ ସମର୍ଥନ କରେ, ଯାହା ଆପଣଙ୍କ ପାଇଁ ସର୍ବୋତ୍ତମ କାର୍ଯ୍ୟ କରୁଥିବା ନେଟୱାର୍କ ବାଛିବା ପାଇଁ ସ୍ୱାଧୀନତା ଦେଇଛି |

ମୋବାଇଲରେ 4.4 ଇଞ୍ଚ ସ୍କ୍ରିନ ରହିଛି | ସ୍କ୍ରିନ 720×1080 ପିକ୍ସେଲ ବିଶିଷ୍ଠ ରହିଛି | ଅର୍ଥାତ ଯାହା ବି ଦେଖନ୍ତୁ ତାହା ସ୍ପଷ୍ଟ କ୍ଳିଅର ଚିତ୍ର ଦେଖାଯିବ | ସ୍କ୍ରିନରେ 60Hz ସତେଜ ହାର ରହିଛି | ସରଳ ଶବ୍ଦରେ, ଏହାର ଅର୍ଥ ହେଉଛି ପ୍ରତି ସେକେଣ୍ଡରେ ଡିସପ୍ଲେ 60 ଥର ଅପଡେଟ୍ ହେବ |

ମୋବାଇଲ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା | ଯାହାକି ସୁରକ୍ଷା ବ୍ୟବସ୍ଥା ପାଇଁ ଏହି ଫୋନରେ ଫିଙ୍ଗର ପ୍ରିଣ୍ଟ ସେନସର ରହିଛି | ଏହାର ଅର୍ଥ ଆପଣ କେବଳ ନିଜ ଆଙ୍ଗୁଠିର ସ୍ପର୍ଶ ଦ୍ୱାରା ଶୀଘ୍ର ଏବଂ ନିରାପଦରେ ନିଜ ଫୋନକୁ ଅନଲକ୍ କରିପାରିବେ | ଏହା ସାଧାରଣତଃ ଅଧିକ ଦାମୀ ଫୋନରେ ମିଳିଥାଏ |

ଏହା ଫୋନର ଆଉ ଏକ ବିଶେଷ୍ୟତ୍ୱ ଏହାର ବ୍ୟାଟେରୀ | ଛୋଟ ଫୋନ ହେଲେ ମାତ୍ର ଏହାର ବ୍ୟାଟେରୀ 6700mAh କ୍ଷମତା ବିଶିଷ୍ଠ ରହିଛି | ସାଧାରଣତଃ ଏହି ବ୍ୟାଟେରୀ ଦାମୀ ଫୋନରେ ମିଳିଥାଏ | ଏହାର ଅର୍ଥ ଆପଣ ବୋଧହୁଏ ଦିନସାରା ଆପଣଙ୍କର ଫୋନ୍ ବ୍ୟବହାର କରିପାରିବେ, ଏବଂ ବୋଧହୁଏ ପରବର୍ତ୍ତୀ ସମୟରେ ମଧ୍ୟ ଚାର୍ଜ କରିବାର ଆବଶ୍ୟକତା ନାହିଁ |

ଏହାସହ ଏହାକୁ ଚାର୍ଜ କରିବାକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନାହିଁ | ଫୋନ୍ 80W ଫାଷ୍ଟ ଚାର୍ଜିଂ ବ୍ୟବସ୍ଥା ଦେଇଛି | ଯାହା ମାତ୍ର 26 ମିନିଟରେ ବ୍ୟାଟେରୀ ପୂରଣ କରିପାରିବ |

ପରବର୍ତ୍ତୀ ଫିଚର ହେଉଛି କ୍ୟାମେରା | ଫୋନର ମୂଲ୍ୟ କମ ଥିଲେ ହେଁ ଭଲ କ୍ୟାମେରା ଦେବାକୁ ଏହା ପଛଘୁଞ୍ଚା କରିନାହିଁ | କ୍ୟାମେରା କଥା ଆସିଲେ ପ୍ରଥମେ ବ୍ୟାକ କ୍ୟାମେରା ଦେଖିବା ଯାହା 100MP ବିଶିଷ୍ଠ ରହିଛି | ଅନ୍ୟ କମ୍ପାନୀ ଫୋନ ବ୍ୟତୀତ ଏହା ବେଶ ଉଚ୍ଚକୋଟୀର ରହିଛି | ଅର୍ଥାତ ନିଜ ମନ ମୁତାବକ ଫୋଟ ଉଠାଇ ସାଇତି ରଖି ପାରିବେ | ଏହାସହ ଫୋନରେ ଏକ 13MP ଅଲ୍ଟ୍ରା-ୱାଇଡ୍ ଲେନ୍ସ ମଧ୍ୟ ରହିଛି, ଯାହା ଲ୍ୟାଣ୍ଡସ୍କେପ୍ କିମ୍ବା ବଡ଼ ଗୃପ ଫୋଟ କ୍ୟାପଚର ପାଇଁ ଉପଯୁକ୍ତ | ଏବଂ ଏକ 52MP ସେନ୍ସର ମଧ୍ୟ ଅଛି, ଯାହା ଏକ ଅସ୍ପଷ୍ଟ ପୃଷ୍ଠଭୂମି(ବ୍ଲୋର) ସହିତ ସେହି ବୃତ୍ତିଗତ ଦେଖାଯାଉଥିବା ପୋଟ୍ରେଟ୍ ସଟ୍ ତିଆରି କରିବାରେ ସାହାଯ୍ୟ କରିଥାଏ |

ସେଲଫି ପ୍ରେମୀଙ୍କୁ ମଧ୍ୟ ଏହା ଦୁଖୀ କରିନାହିଁ | ସେଲ୍ଫି ପାଇଁ ସାମ୍ନା କ୍ୟାମେରା 16MP ବିଶିଷ୍ଠ ରହିଛି | ସ୍ୱଚ୍ଛ, ବିସ୍ତୃତ ସେଲଫି କ୍ୟାପଚର ଏବଂ ସହଜରେ ଭିଡିଓ କଲ୍ ପରିଚାଳନା କରିବାରେ ଏହା ଅଧିକ ସକ୍ଷମ ହେବ |

ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ RAM ଓ ROM ଯାହା ମଧ୍ୟ ଏଥିରେ ବିଭିନ୍ନ ଭେରୀଏଣ୍ଟ ରହିଛି ଯେମିତି କି

4GB RAM with 128GB internal storage
6GB RAM with 128GB internal storage
8GB RAM with 512GB internal storage

ଶେଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଅର୍ଥାତ ଦାମ ଉପରେ ନଜର ପକେଇଲେ ଏହା 2999-3999 ଟଙ୍କା ମଧ୍ୟରେ ରହିବ | ଏପରିକି ଯେଉଁ ବ୍ୟକ୍ତି EMI ଦ୍ୱାରା ମୋବାଇଲ ନେବାପାଇଁ ଚାହିଁବେ ସେ 500 ଟଙ୍କା ମାସିକ EMI ଦ୍ୱାରା ମୋବାଇଲ ନେଇପାରିବେ |

ତେବେ ନିଶ୍ଚିତ ଭାବେ ଏହା ଭାରତ ବଜାର ଓ ଲୋକଙ୍କ ପ୍ୟାକେଟ ସୁହାଇଲା ପରି ମୋବାଇଲ ଟିଏ ରହିଛି | ଖୁବ ଶୀଘ୍ର ଏହା ଭାରତୀୟ ବଜାର ପ୍ରବେଶ କରିବାକୁ ଯାଉଛି |

Leave a Reply

Your email address will not be published. Required fields are marked *