ଝୁଲା ପୋଲ ଭୁଶୁଡ଼ିବା ଘଟଣା: ଭଗବାନଙ୍କ ଇଚ୍ଛା କହିଲେ ଅଭିଯୁକ୍ତ, ୫ ଯାଏ ରିମାଣ୍ଡରେ ଗଲେ

Top Storise ଦେଶ- ବିଦେଶ

ମୋର୍ବି: ଗୁଜରାଟ ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ଗିରଫ ଓରେଭା ଗ୍ରୁପ୍‌ର ଜଣେ ମ୍ୟାନେଜର ବଡ଼ ଦାବି କରିଛନ୍ତି। ବ୍ରିଜ ମରାମତି ଦାୟିତ୍ୱରେ ଥିବା କମ୍ପାନୀର ସିନିୟର ମ୍ୟାନେଜର ଦୀପକ ପାରେଖ ପୂରା ଘଟଣାକୁ ଭଗବାନଙ୍କ ଇଚ୍ଛା ବୋଲି କହିଛନ୍ତି। ରିମାଣ୍ଡ ପାଇଁ ଅଭିଯୁକ୍ତଙ୍କୁ ପୁଲିସ୍‌ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏମଜେ ଖାନଙ୍କ କୋର୍ଟରେ ହାଜର କରିଥିଲା। ଏହି ସମୟରେ ଝୁଲା ପୋଲ ଭୁଶୁଡ଼ିବା ପଛରେ ଭଗବାନଙ୍କ ଇଚ୍ଛା ଥିବା ପାରେଖ କହିଛନ୍ତି।

ଗତ ୩୦ ତାରିଖ ସନ୍ଧ୍ୟାରେ ମୋର୍ବିର ଝୁଲାପୋଲ ଭୁଶୁଡ଼ି ୧୩୫ ଜଣ ଲୋକଙ୍କ ଜୀବନ ଯାଇଥିଲା। ଘଟଣାର ଘଟିବାର ୨୪ ଘଣ୍ଟା ମଧ୍ୟରେ ଏହାର ମରାମତି ଦାୟିତ୍ୱ ସରକାରଙ୍କ ଠାରୁ ପାଇଥିବା ଓରେଭା କମ୍ପାନୀର ୯ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ କମ୍ପାନୀର ବରିଷ୍ଠ ମ୍ୟାନେଜର ଦୀପକ ପାରେଖ ମଧ୍ୟ ରହିଛନ୍ତି।

ଅଭିଯୁକ୍ତଙ୍କୁ ରିମାଣ୍ତରେ ପଠାଇବା ସପକ୍ଷରେ ସରକାରୀ ଓକିଲ ହର୍ଷେନ୍ଦୁ ପଞ୍ଚଲ ଯୁକ୍ତି କରିଥିଲେ। ସେ କହିଥିଲେ ଯେ ବ୍ରିଜ ନବୀକରଣ ପାଇଁ ଦାୟିତ୍ୱ ପାଇଥିବା କଣ୍ଟ୍ରାକ୍ଟର୍ସମାନେ ଏଥିପାଇଁ ଅଯୋଗ୍ୟ ଥିଲେ। ଆମେ କୋର୍ଟଙ୍କୁ ଜଣାଇ ସାରିଛୁ ଯେ ବ୍ରିଜ୍‌ ଫ୍ଲୋରିଂ ଓରେଭା ଗ୍ରୁପ୍‌ ଦ୍ୱାରା ପରିବର୍ତ୍ତନ କରାଯାଇଥିଲା।

କିନ୍ତୁ ଏହାର ତାରକୁ ବଦଳା ଯାଇ ନଥିଲା। ପୁରୁଣା ତାର ପରିର୍ତ୍ତିତ ବ୍ରିଜ୍‌ ଫ୍ଲୋରିଂର ଓଜନ ସମ୍ଭାଳିବାକୁ ସକ୍ଷମ ନଥିଲା। ନବୀକରଣ ବେଳେ ଫ୍ଲୋରିଂର କାଠକୁ ଆଲୁମିନିୟନ ଶିଟରେ ପରିବର୍ତ୍ତନ କରାଯାଥିଲା। ଏହାର ପ୍ରାଥମିକ ଫରେନ୍ସିକ ଯାଞ୍ଚ ରିପୋର୍ଟ ଗୋଟିଏ ବନ୍ଦ ଲଫାପାରେ କୋର୍ଟଙ୍କୁ ଦିଆଯାଇଛି ବୋଲି ଶ୍ରୀ ପଞ୍ଚଲ କହିଛନ୍ତି। ଏହାପରେ କୋର୍ଟ ପାରେଖ, ଦୀନେଶ ଡାଭେ, ପ୍ରକାଶ ପାରମର ଓ ଦେବାଙ୍ଗ ପାରମରଙ୍କୁ ନଭେମ୍ବର ୫ ଯାଏ ରିମାଣ୍ଡରେ ପଠାଇଛନ୍ତି। ରୁଜୁ ହୋଇଥିବା ଏଫଆଇଆରରେ ଧାରା ୩୩୬ ଓ ୩୩୭ ମଧ୍ୟ ଯୋଡ଼ା ଯାଇଛି।

ଅନ୍ୟପକ୍ଷରେ ମୋର୍ବି ନଗର ପାଳିକା ନବୀକରଣ ପାଇଁ ବନ୍ଦ ଥିବା ବ୍ରିଜ୍‌କୁ ପୁନଃ ଚାଲୁ କରିବାରେ ରିସ୍କ ଥିବା ଭଲ ଭାବେ ଜାଣିଥିଲା। ଏଠାକୁ ଧାର୍ଯ୍ୟ କ୍ଷମତାରୁ ଅଧିକ ଲୋକ ଗଲେ ଏହା ଭୁଶୁଡ଼ି ପଡ଼ିବାର ଆଶଙ୍କା ଥିବା ମଧ୍ୟ ନଗର ପାଳିକା ଜାଣିଥିଲା। ମୁଖ୍ୟ ପୌର ଅଧିକାରୀ ସନ୍ଦୀପସିହ୍ନା ଜାହଲାଙ୍କୁ ପୁଲିସ୍‌ ପଚାରିଥିଲା ଯେ କଣ୍ଟ୍ରାକ୍ଟର ବିନା ଅନୁମତିରେ ବ୍ରିଜ୍‌ ପୁନଃଚାଲୁ କରିବା ସମ୍ପର୍କରେ ଆପଣ ଜାଣିଥିଲେ କି ନାହିଁ? ଏହାର ଜବାବରେ ସେ(ଜାହଲା) କହିଛନ୍ତି ବ୍ରିଜ୍‌ ଖୋଲିବା ପାଇଁ କମ୍ପାନୀ କୌଣସି ପ୍ରକାରର ଅନୁମମିତ ମାଗି ନଥିଲା କିମ୍ବା ପ୍ରଶାସନ ବ୍ରିଜ୍‌ ଖୋଲିବାକୁ ଅନୁମତି ଦେଇଥି ନଥିଲା।

Leave a Reply

Your email address will not be published. Required fields are marked *