କୋରାପୁଟ : ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ । କୋରାପୁଟ ବୋରିଗୁମ୍ମାର ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରବୀଣ କୁମାର ହୋତା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ବୋରିଗୁମ୍ମାରେ ଜଣେ ହେଲପରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।ଏହା ସହ ସେ ହେଲପରଙ୍କୁ ବିଭିନ୍ନ ଧମକ ଚମକ ଦେଉଥିବା ତାଙ୍କ ନାରେ ଅଭିଯୋଗ ଥିଲା।
ବୋରିଗୁମ୍ମା ବିଦ୍ୟୁତ ବିଭାଗ ଉପଭୋକ୍ତାଙ୍କ ଠାରୁ ଲାଞ୍ଚ ନେଉଥିବା ତାଙ୍କ ନାରେ ଆଗରୁ ଅଭିଯୋଗ ହେଉଥିଲା ।ଏହି ଅଭିଯୋଗକୁ ଆଧାର କରି ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କ ବୋରିଗୁମ୍ମା ସ୍ଥିତ ବାସ ଭବନ ଏବଂ କାର୍ଯ୍ୟାଳୟରେ ରେଡ କରି ଛାନଭିନ୍ ଜାରି ରଖିଛି । ତାସହ ହୋତାଙ୍କ କୋରାପୁଟ ,ଗଞ୍ଜାମ ଏକ କାଳିନ ୪ଟି ସ୍ଥାନରେ ରେଡ ଚାଲିଛି । ହୋତାଙ୍କ ଘରୁ ୪ଲକ୍ଷ୫ ହଜାର ୬ଶହ ଟଙ୍କା ଭିଜିଲାନ୍ସ ଜବତ କରିଛି ।ସୂଚନା ଅନୁସାରେ ମିଟର ଟାମ୍ପରିଂ,ବେଆଇନ ବିଦ୍ୟୁତ ସଂଯୋଗ ଆଦି ବିଭିନ୍ନ ଅଭିଯୋଗ ପ୍ରବୀଣ କୁମାର ହୋତାଙ୍କ ନାରେ ଆଗରୁ ଥିଲା।