ଟିଏମ୍‌ସି‌ ପରେ ଏବେ ବିଜେପି ପାଇଁ ପ୍ରଚାର କରୁଛନ୍ତି ମହିମା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ବିଜେପି ପଚାର ମଇଦାନରେ ବଲିଉଡ୍‌ ଅଭିନେତ୍ରୀ ମହିମା ଚୌଧୁରୀ। ମହିମା ଚୌଧୁରୀ ସୋମବାର ଦିନ ପଶ୍ଚିମବଙ୍ଗର ଲେକ୍‌ ଟାଉନ୍ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ତେବେ କୌତୁହଳର ବିଷୟ ହେଉଛି ଯେ ମହିମା ଚୌଧୁରୀ ଗତ ସପ୍ତାହରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଏକ ରୋଡ୍ ସୋରେ ହାଜର ହୋଇଥିଲେ।

ଏଭଳି ତୀବ୍ର ରାଜନୈତିକ ପରିବେଶରେ ମହିମା ଚୌଧୁରୀ ଉଭୟ ବିଜେପି ଏବଂ ଟିଏମସି ପାଇଁ ପ୍ରଚାର କରିଛନ୍ତି।

ସୋମବାର ଦିନ ମହିମା ଲେକ୍‌ ଟାଉନ୍ ଅଞ୍ଚଳରେ ବିଜେପି ପ୍ରାର୍ଥୀ ସାବ୍ୟାସାଚୀ ଦତ୍ତଙ୍କ ପାଇଁ ଭୋଟ୍ ଅଭିଯାନରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଏପ୍ରିଲ ୫ରେ ସେ କାମରହାଟୀରେ ଟିଏମସି ପ୍ରାର୍ଥୀ ମଦନ ମିତ୍ରଙ୍କ ପାଇଁ ପ୍ରଚାର ଅଭିଯାନରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *