ଅଗ୍ନି ୫ର ସଫଳ ପରୀକ୍ଷଣ: ଥରହର ହେବେ ଶତ୍ରୁ

ଦେଶ

ଧାମରା ଅବଦୁଲ କଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ ପରୀକ୍ଷଣ ହୋଇଛି, କ୍ଷେପଣାସ୍ତ୍ର ଅଗ୍ନି-୫। ଏହା ହେଉଛି ହେଉଛି ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ଏକ ସ୍ଥଳଭିତ୍ତିକ ପରମାଣୁ MIRV- ସକ୍ଷମ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଏହି ପରୀକ୍ଷଣ ସମନ୍ୱିତ ପରୀକ୍ଷଣ ରେଞ୍ଜରୁ କରାଯାଇଥିଲା। ଏହି ପରୀକ୍ଷଣ କ୍ଷେପଣାସ୍ତ୍ରର କାର୍ଯ୍ୟକ୍ଷମତା ଏବଂ ବୈଷୟିକ ପାରାମିଟରଗୁଡ଼ିକୁ ନିଶ୍ଚିତ କରିଥିଲା। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ଅଗ୍ନି-୫ରେ ଦେଢ଼ ଟନ୍ ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରହିଛି। ଅଗ୍ନି ୫ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ପ୍ରମୁଖ ସଫଳତା। ଏହି କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ପ୍ରଣୟନ ପ୍ରଣାଳୀ, ରକେଟ୍, ଉନ୍ନତ ନାଭିଗେସନ୍ ୧୦୦ ପ୍ରତିଶତ ସ୍ୱଦେଶୀ। ଏହାର ଗତି ହେଉଛି ମାକ୍ ୨୪, ଯାହା ଶବ୍ଦର ଗତିର ୨୪ ଗୁଣ।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ଉତକ୍ଷେପଣରେ, ‘ଅଗ୍ନି-୫’ କ୍ଷେପଣାସ୍ତ୍ରର ସମସ୍ତ ଦିଗ ଯେପରିକି ମାର୍ଗଦର୍ଶନ ପ୍ରଣାଳୀ, ପର୍ଯ୍ୟାୟ ପୃଥକୀକରଣ ଏବଂ ଟର୍ମିନାଲ ସଠିକତା ପରୀକ୍ଷଣ ଏବଂ ପ୍ରମାଣିତ କରାଯାଇଥିଲା। ଏହି ପରୀକ୍ଷଣ ଏହା ମଧ୍ୟ ପ୍ରମାଣିତ କରିଛି ଯେ, ଭାରତର ସାମରିକ ବାହିନୀ କମ୍ ସମୟ ମଧ୍ୟରେ ମଧ୍ୟ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରିବାକୁ ସକ୍ଷମ।

ବର୍ତ୍ତମାନ ଭାରତ ବ୍ୟତୀତ ବିଶ୍ୱର କେବଳ ଆଠଟି ଦେଶ ପାଖରେ ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ (ICBM) ଅଛି। ଏଥିରେ ରୁଷ, ଆମେରିକା, ଚୀନ୍, ଫ୍ରାନ୍ସ, ଇସ୍ରାଏଲ, ବ୍ରିଟେନ୍ ଏବଂ ଉତ୍ତର କୋରିଆ ଅନ୍ତର୍ଭୁକ୍ତ। ଅଗ୍ନି-୫ କ୍ଷେପଣାସ୍ତ୍ର ଏକ ଉନ୍ନତ MIRV (ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି-ଟାର୍ଗେଟେବଲ୍ ରି-ଏଣ୍ଟ୍ରି ଭେଇକିଲ୍) ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଶହ ଶହ କିଲୋମିଟର ଦୂରରେ ଥିବା ଅନେକ ଲକ୍ଷ୍ୟସ୍ଥଳକୁ ଗୋଟିଏ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇପାରିବ।

Leave a Reply

Your email address will not be published. Required fields are marked *