ବର୍ଷାରେ ବୁଡ଼ିଲା ମାୟାନଗରୀ । ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ଜୀବନଯାତ୍ରା ବ୍ୟାହତ ହୋଇଛି ଏବଂ ଦୁଇ ଜଣଙ୍କ ଜୀବନ ଯାଇଛି । ପ୍ରବଳ ବର୍ଷା ନେଇ ମୁମ୍ବାଇ ଏବଂ ରାୟଗଡ଼ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ପ୍ରବଳ ବର୍ଷାରେ ସିଓନ୍, କୁର୍ଲା, ଚେମ୍ବୁର ଏବଂ ଅନ୍ଧେରୀ ସମେତ ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି। ପାଣି ଜମି ରହିବାରୁ ପଶ୍ଚିମ ଏକ୍ସପ୍ରେସ ହାଇୱେରେ ଯାନବାହାନ ଅଟକି ରହିଥିଲା।
ଶୁକ୍ରବାର ସକାଳ ୮ଟା ୩୦ ରୁ ଶନିବାର ସକାଳ ୫ଟା ୩୦ ପର୍ଯ୍ୟନ୍ତ ୨୧ ଘଣ୍ଟା ମଧ୍ୟରେ, ଭିକ୍ରୋଲିରେ ୨୪୮.୫ ମିମି ବର୍ଷା ରେକର୍ଡ କରାଯାଇଥିଲା। ସାନ୍ତାକ୍ରୁଜ୍ ରେ ୨୩୨.୫ ମିମିଏବଂ ସିଓନ୍ ରେ ୨୨୧ ମିମି ବର୍ଷା ରେକର୍ଡ କରାଯାଇଥିଲା।

ସେହିପରି ଶୁକ୍ରବାର ରାତି ୧୧ଟାରୁ ଶନିବାର ସକାଳ ୫ଟା ମଧ୍ୟରେ ଦାଦର ଅଗ୍ନିଶମ ବିଭାଗ ଏବଂ ୱର୍ଲି ସିଫେସ୍ ସମେତ ଅନ୍ୟାନ୍ୟ ସ୍ଥାନରେ ମାତ୍ର ପାଞ୍ଚ ଘଣ୍ଟା ମଧ୍ୟରେ ୧୩୦ ମିମିରୁ ଅଧିକ ବର୍ଷା ହୋଇଛି।

