ପ୍ରତିବାଦ କରିବା ମହଙ୍ଗା ପଡିଲା : ଲୁହାଛଡ଼ରେ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

Top Storise ଅପରାଧ ରାଜ୍ୟ

କେନ୍ଦ୍ରାପଡା : ଲୁହାଛଡ଼ରେ ପିଟିପିଟି ମାରିଦେଲେ ଦୁବୃର୍ତ୍ତ । କେନ୍ଦ୍ରାପଡା ଜିଲ୍ଲା ରାଜ ନଗର ଚନ୍ଦ୍ରଶେଖର ପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି ।ମୃତକ ଜଣକ ହେଉଛନ୍ତି ବିଚିତ୍ରା ନନ୍ଦ ବିଶ୍ୱାଳ । ପ୍ରେମ ବ୍ୟାପାରକୁ ନେଇ ଏପରି ହତ୍ୟା କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ଝିଆରୀକୁ ଉଠାଇ ନେବାକୁ ପ୍ରତିବାଦ କରିବା ବେଳେ ଦାଦା ବିଚିତ୍ରା ନନ୍ଦଙ୍କୁ ଦୁବୃର୍ତ୍ତ ମାନେ ହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ ଗତକାଲି ରାତି ୯.୩୦ ପାଖାପ୍ୟାଖି ସମୟ ହେବ ବାଇକ ଯୋଗେ କିଛି ଦୁବୃର୍ତ୍ତ ଆସି ତାଙ୍କ ଝିଆରିଙ୍କୁ ଉଠାଇନେଇବାକୁ ଆସିଥିଲେ ।ଏହି ସମୟରେ ଦାଦା ପ୍ରତିବାଦ କରିବା ସହ ବାଇକ ନେଇ ଗୋଡାଇଥିଲେ ଦୁବୃର୍ତ୍ତ ମାନଙ୍କୁ ।ଏହି ସମୟରେ ଦୁବୃର୍ତ୍ତ ମାନେ ଦାଦା ବିଚିତ୍ରା ନନ୍ଦଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ।ଏନେଇ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା ।ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *