ଦୈନିକ ସଂକ୍ରମଣ ମାମଲାରେ ମୁମ୍ବାଇକୁ ଟପିଲା ଦିଲ୍ଲୀ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ବୁଧବାର ଦିନ ଦିଲ୍ଲୀରେ ୧୭,୦୦୦ ରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। ସୂଚନା ଅନୁଯାୟୀ ଏହା ଦେଶର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ଭାବେ ଉଭା ହୋଇଛି। ଯାହା ଫଳରେ ମୁମ୍ବାଇକୁ ପଛରେ ପକାଇ ଦେଇଛି ଦିଲ୍ଲୀ।

ମୁମ୍ବାଇରେ ଏପର୍ଯ୍ୟନ୍ତ ଏକ ଦୈନିକ ସଂକ୍ରମଣ ସଂଖ୍ୟା ୧୧, ୧୬୩ ହୋଇଥିଲା ଯାହା ସରକାରୀ ଆକଳନ ଅନୁଯାୟୀ ଏପ୍ରିଲ ୪ ରେ ପଞ୍ଜିକୃତ ହୋଇଛି।

ବେଙ୍ଗାଲୁରୁରେ ୮,୧୫୫ ମାମଲା, ଚେନ୍ନାଇ ୨,୫୬୪ ରିପୋର୍ଟ ହୋଇଛି। ଯାହା ବୁଧବାର ଦିନ ସର୍ବାଧିକ ବୃଦ୍ଧି ପାଇଛି।

ବୁଧବାର ଦିନ ଦିଲ୍ଲୀରେ ୧୭,୨୮୨ ନୂତନ କରୋନା ମାମଲା ରିପୋର୍ଟ ହୋଇଛି, ଯାହା ୨୦୨୦ ରେ ମହାମାରୀ ଆରମ୍ଭରୁ ଦିଲ୍ଲୀର ସର୍ବାଧିକ ଦୈନିକ ବୃଦ୍ଧି ଅଟେ। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ତେଣୁ ଦିଲ୍ଲୀ ଦୈନିକ ମାମଲାରେ ମୁମ୍ବାଇକୁ ଅତିକ୍ରମ କରିଛି।

Leave a Reply

Your email address will not be published. Required fields are marked *