ଭୁବନେଶ୍ୱର: ଶିକ୍ଷାନୁଷ୍ଠାନରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭୁବନେଶ୍ୱର XIMB ପରେ କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଛାତ୍ରଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସେ ଗତ ଶନିବାର ଦିନ ପରୀକ୍ଷା ଦେବାକୁ ଆସିଥିଲେ । ବର୍ତ୍ତମାନ କେନ୍ଦ୍ରୀୟ ବିଦ୍ୟାଳୟର ସବୁ ଛାତ୍ରଛାତ୍ରୀଙ୍କ ହେବ କୋଭିଡ୍ ଟେଷ୍ଟ । ବିଏମସି ପକ୍ଷରୁ କ୍ୟାମ୍ପ କରାଯାଇ କୋଭିଡ୍ ଟେଷ୍ଟ କରାଯିବ । କଣ୍ଟାକ୍ଟ ଟ୍ରେସିଂ ବି କରାଯିବ ।
