ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଶାର୍ଦ୍ଦୁଲ ଠାକୁରଙ୍କୁ ନେଲା କୋଲକାତା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅନ୍ୟତମ ଅଲରାଉଣ୍ଡ ଶାର୍ଦ୍ଦୁଲ ଠାକୁରଙ୍କୁ ଟ୍ରେଡିଂ ୱିଣ୍ଡୋ ଜରିଆରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ କିଣିଛି କୋଲକାତା ନାଇଟ ରାଇଡର୍ସ। ଏହାର ଅର୍ଥ ୨୦୨୩ ଆଇପିଏଲରେ ଶାର୍ଦ୍ଦୁଲ କେକେଆର ଜର୍ସିରେ ନଜର ଆସିବେ। ଏହି ଟ୍ରେଡ ସୋମବାର ଚୂଡ଼ାନ୍ତ ହୋଇଛି।

ଶାର୍ଦ୍ଦୁଲ ବର୍ତ୍ତମାନ ଭାରତୀୟ ଟିମ୍‌ର ଦିନିକିଆ ସ୍କ୍ୱାଡ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଛନ୍ତି।

ସେଠାରେ ଦଳ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ୨୦୨୨ ମେଗା ଆଇପିଏଲ ଅକ୍ସନ ବେଳେ ଶାର୍ଦ୍ଦୁଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୦.୭୫ କୋଟି ଟଙ୍କାରେ କିଣିଥିଲା। ଅକ୍ସନ ବେଳେ ଚେନ୍ନାଇ ସୁପର କିଙ୍ଗସ, ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟ ଶାର୍ଦ୍ଦୁଲ ଠାକୁରଙ୍କୁ କିଣିବାକୁ ଚେଷ୍ଟା କରିଥିଲେ। ହେଲେ ଶେଷରେ ଦିଲ୍ଲୀ ୧୦.୭୫ କୋଟିରେ ତାଙ୍କୁ କିଣିଥିଲା।

୨୦୨୨ରେ ଶାର୍ଦ୍ଦୁଲ ଠାକୁର ଦିଲ୍ଲୀ ପାଇଁ ୧୪ଟି ମ୍ୟାଚ୍‌ ଖେଳି ୧୫ଟି ୱିକେଟ ନେଇଥିଲେ। ତାଙ୍କ ବୋଲିଂ ଇକୋନୋମି ୯.୭୯ ଥିଲା। ବ୍ୟାଟରେ ମଧ୍ୟ ୧୨୦ ରନ କରିଥିଲେ।

ଅନ୍ୟପକ୍ଷରେ କେକେଆର ଏକମାତ୍ର ଦଳ ଯିଏ ମିନି ଅକ୍ସନ ପୂର୍ବରୁ ଆରମ୍ଭ ହୋଇଥିବା ଟ୍ରେଡିଂ ୱିଣ୍ଡୋରେ ବେଶ ସକ୍ରିୟ ରହିଛି। ଶାର୍ଦ୍ଦୁଲଙ୍କ ପୂର୍ବରୁ ଦଳ ଲକି ପର୍ଗୁସନ ଓ ରହମନୁଲ୍ଲା ଗୁରବାଜଙ୍କୁ ଗୁଜରାଟ ଟାଇଟନ୍ସ ଠାରୁ ଆଣିଥିଲା। ଗୁରବାଜଙ୍କ ପୂର୍ବରୁ ଗୁଜରାଟ ଜେସନ ରୟଙ୍କୁ ୨୦୨୨ ପାଇଁ ନିଜ ଟିମରେ ରଖିଥିଲା। ହେଲେ ସେ ଆଇପିଏଲ ଖେଳିବାକୁ ସହମତି ନ ଦେବାରୁ ଦଳ ଗୁରବାଜଙ୍କୁ ତାଙ୍କ ବଦଳ ଖେଳାଳି ଭାବେ ନେଇଥିଲା।

Leave a Reply

Your email address will not be published. Required fields are marked *