ଲଖିମ୍‌ପୁର ହିଂସାକାଣ୍ଡ; ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଲେ ସୁପ୍ରିମ୍‌କୋର୍ଟ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରୀ ହିଂସାକାଣ୍ଡକୁ ନେଇ ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ବୁଧବାର ଦିନ ଲଖିମ୍‌ପୁର ମାମଲାର ଶୁଣାଣି ସମୟରେ ୟୁପି ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ସେ କହିଛନ୍ତି ଯେ ୟୁପି ସରକାର ନିଜ ଦାୟିତ୍ବଠୁ ଦୂରେଇ ଯିବା ଅର୍ଥାତ୍‌ ଦାୟିତ୍ବ ଠିକ୍‌ ଭାବେ ତୁଲାଉନଥିବା କହିଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହିତ କୋର୍ଟ ୟୁପି ସରକାରଙ୍କୁ ଏହି ମାମଲାରେ ବାକି ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ୟୁପି ସରକାର କୋର୍ଟକୁ କହିଛନ୍ତି ଯେ ମୋଟ ୪୪ ସାକ୍ଷୀଙ୍କ ମଧ୍ୟରୁ ୪ ଜଣଙ୍କ ବୟାନ ରେକର୍ଡ କରିଛି। ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ୱରେ ଏକ ବେଞ୍ଚ ୟୁପି ସରକାର ଦାଖଲ କରିଥିବା ରିପୋର୍ଟ ସମ୍ପର୍କରେ ଏହା କହିଛନ୍ତି।

ୟୁପି ସରକାର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲି ବେଞ୍ଚକୁ କହିଛନ୍ତି ଯେ ଅନ୍ୟ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ ପ୍ରକ୍ରିୟା ଚାଲିଛି। ୟୁପି ସରକାର ସାକ୍ଷୀଙ୍କ ବିବୃତ୍ତି ପ୍ରକାଶ କରିବାକୁ ସମୟ ମାଗିବା ପରେ କୋର୍ଟ ପ୍ରକ୍ରିୟା ସ୍ଥଗିତ ରଖିଛନ୍ତି। ଆସନ୍ତା ଅକ୍ଟୋବର ୨୬ରେ ଏହି ମାମଲାର ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *