କୋଭିଡ୍ ସମୟରେ ଟେଲି ମେଡିସିନରେ ଚିକିତ୍ସା ପରାମର୍ଶ, ଲେଖି ରଖନ୍ତୁ ଜରୁରୀ ଫୋନ୍ ନମ୍ବର

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ମେଲାଇଛି । ସଂକ୍ରମଣ ବଢୁଛି । ଏଭଳି ସ୍ଥିତିରେ ଜରୁରୀ ଚିକିତ୍ସା ଆବଶ୍ୟକ ନଥିଲେ ହସ୍ପିଟାଲ ଆସିବାକୁ ଲୋକଙ୍କୁ ବାରଣ କରାଯାଉଛି । ଏହାସହ ଲକ୍ଷଣବିହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି । ସେମାନଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ଟେଲି ମେଡିସିନ୍ । ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କୁ ଟେଲି ମେଡିସିନ୍ ଜରିଆରେ ଚିକିତ୍ସା ପରାମର୍ଶ ମିଳି ପାରୁଛି । ଡାକ୍ତରଙ୍କ ସହ କଥା ହୋଇ ପାରୁଛନ୍ତି ରୋଗୀ ।

୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍, ଆଇଜିଏଚ୍ ରାଉରକେଲା ଏବଂ ବାରିପଦା, କୋରାପୁଟ, ବଲାଙ୍ଗିର ଓ ବାଲେଶ୍ୱର ମେଡିକାଲ୍ କଲେଜରେ ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏ ଉପଲବ୍ଧ ହେଉଛି ଟେଲି ମେଡିସିନ୍ ସୁବିଧା । ସେହିପରି କଟକ, ବ୍ରହ୍ମପୁର ଓ ବୁର୍ଲା ବଡ ମେଡିକାଲ, କଟକ ଶିଶୁ ଭବନ ଓ କଟକ ହରିହର କ୍ୟାନସର ହସ୍ପିଟାଲରେ ୨୪ ଘଣ୍ଟିଆ ପରାମର୍ଶ ଦିଆଯାଉଛି ।

Leave a Reply

Your email address will not be published. Required fields are marked *