ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ

Top Storise ରାଜ୍ୟ

ଭବାନୀପାଟଣା: ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ । ଭବାନୀପାଟଣାରେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଛି । ଆଜି ଭବନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମ ସାରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଫେରୁଥିବା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଥିବା ଖବର ସାମ୍ନାକୁ ଆସିଛି ।

ବିରୋଧୀ ଦଳର କର୍ମୀ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିବା ସହ କଳା ପତାକା ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ମମିତା ମେହେର ହତ୍ୟା ଘଟଣାରେ ବିରୋଧୀ ପ୍ରତିବାଦ କରି ଏପରି ଅଣ୍ଡାମାଡ କରିଛନ୍ତି। ଏହି ଘଟଣାରେ ମନ୍ତ୍ରୀ ଟୁକୁନି ସାହୁ ‘ଗୋ ବ୍ୟାକ୍ ଗୋ ବ୍ୟାକ୍ ନାରାବାଜି’ କରିଥିଲେ ବିରୋଧୀ ମାନେ। କଳାପତାକା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୋଲିସ କିଛି ସମୟ ଅଟକ ରଖି ଛାଡିଦେଇଥିଲା।

ମମିତା ହତ୍ୟା ମାମଲା ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ସମ୍ପୃକ୍ତିକୁ ନେଇ ବିଜେପି ଏପରି କାଣ୍ଡ ଭିଆଉଛି। ମନ୍ତ୍ରୀଙ୍କୁ ବହିଷ୍କାର କରିବା ସହ ତାଙ୍କ ଇସ୍ତଫା ପାଇଁ ବିରୋଧୀ ଜୋରଦାର ଦାବି କରୁଛନ୍ତି । ଅନ୍ୟପଟେ ଏନେଇ ଆଜି ଟୁକୁନି ସାହୁ ବିରୋଧୀଙ୍କ ଅଣ୍ଡାମାଡର ଶିକାର ହୋଇଥିଲେ।

Leave a Reply

Your email address will not be published. Required fields are marked *