ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଲେ ମୋଦୀ; ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାଟିକାନରେ ପହଞ୍ଚିବା ପରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି। ଏହି ସମୟରେ ସେ କୋଭିଡ, ସାଧାରଣ ବିଶ୍ୱସ୍ତରୀୟ ପରିସ୍ଥିତି, ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ପୋପ୍ ଫ୍ରାନ୍ସିସଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ହୋଇଥିଲା। ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯାହାଙ୍କୁ ଫ୍ରାନ୍ସିସ୍ ୨୦୧୩ ରେ ପୋପ୍ ହେବା ପରେ ସାକ୍ଷାତ କରିଛନ୍ତି।

ସୂଚନାନୁସାରେ, ଭାଟିକାନରେ ପୋପ୍ ଫ୍ରାନ୍ସିସଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଏକ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଜଳବାୟୁ ପରିବର୍ତ୍ତନ ସହ ଲଢିବା ଏବଂ ଦାରିଦ୍ର୍ୟ ଦୂରୀକରଣ ଭଳି ପୃଥିବୀର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଏବଂ ପୋପ୍ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପୋପ୍ ଫ୍ରାନ୍ସିସଙ୍କୁ ମଧ୍ୟ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି। ୧୯୯୯ ରେ ପୋପଙ୍କର ଶେଷ ଗସ୍ତ ଥିଲା ଯେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ।

Leave a Reply

Your email address will not be published. Required fields are marked *