ଏହି ମନ୍ଦିରରେ ପୂଜା ପାଆନ୍ତିନି ଦେବାଦେବୀ

Top Storise ରାଜ୍ୟ

ଭୁବନେଶ୍ୱର: ମନ୍ଦିର ମାଳିନୀ ସହର ଭାବରେ ଭୁବନେଶ୍ୱର ଖୁବ୍ ଜଣାଶୁଣା। ଏହି ସ୍ଥାନରେ କେତେ ଯେ ପ୍ରାଚୀନ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଆଜି ବି କାଳବକ୍ଷରେ ଲୁକ୍କାୟିତ ହୋଇ ରହିଛି ଯାହାର ଆବିର୍ଭାବ ସମୟାନୁସାରେ ହୋଇ ଚାଲିଛି । ଏଥି ମଧ୍ୟରେ ରହିଛି ପୁରୁଣା ଭୁବନେଶ୍ବରର ଉତ୍ତର ଦରଜା ବଡୁ ସାହିର ଶୁକଶାରୀ ମନ୍ଦିର ।ଏହି ମନ୍ଦିରଟି ବିନ୍ଦୁ ସାଗର ର ଦକ୍ଷିଣ ଦିଗରେ ଅବସ୍ଥିତ l ଯଦିଓ ଏଠାରେ ଅନେକ ବର୍ଷ ହେଲା ପୂଜା ବନ୍ଦ ରହିଛି, କିନ୍ତୁ ତ୍ରୟୋଦଶ ଶତାବ୍ଦୀ ର ଏହି ମନ୍ଦିରଟି ଏବେ ବି ଅକ୍ଷୁର୍ଣ୍ଣ ରହିଛି l ଏହି ମନ୍ଦିର ପରିସରରେ ଅନ୍ୟ ଏକ ପ୍ରାଚୀନ ଚତୁର୍ଥ ଶତାବ୍ଦୀ କାଳୀନ ମନ୍ଦିର ରହିଛି । ଯାହାକୁ ଏଏସଆଇ ତରଫରୁ ଖନନ କରାଯାଇ ଉଦ୍ଧାର କରାଯାଇଛି l ଏଠାରୁ ଏକ ଅର୍ଦ୍ଧ ନାରୀଶ୍ୱର ମୂର୍ତ୍ତି ଓ ଚତୁର୍ଭୁଜା ମହିଷା ମର୍ଦ୍ଦିନୀ ମୂର୍ତ୍ତି ମିଳିଛି l ତେଣୁ ଏହି ମନ୍ଦିରର ପ୍ରତ୍ନତାତ୍ଵିକ ବିଶେଷତ୍ୱ ବେଶ ଲୋକଲୋଚନକୁ ଆସିଲାଣି । ଏହା ସହିତ ଭୁବନେଶ୍ୱର ଯେ ଏକ ମନ୍ଦିର ମାଳିନୀ ସହର ଏଥିରୁ ତାହା ସ୍ପଷ୍ଟ ପ୍ରମାଣିତ ହେଉଛି l

Leave a Reply

Your email address will not be published. Required fields are marked *