ଭୁବନେଶ୍ୱର: ସିବିଆଇ କରୁଛି ସିନ୍ ରିକ୍ରିଏସନ୍ । ବାରଙ୍ଗ ଅଞ୍ଚଳରେ ବିବନକୁ ବୁଲାଇ କ୍ରାଇନ୍ ସିନ୍ ରିକ୍ରିଏସନ୍ କରିଛି ସିବିଆଇ । ସେଦିନ କଳାରାତିରେ କଣ ଘଟିଥିଲା ମୁଖ୍ୟ ଅଭିଯୁକ୍ତ ସିବିଆଇକୁ ଦେଖାଇଛି । ଅନ୍ୟପଟେ ପୀଡ଼ିତା ଅଞ୍ଜନା ପ୍ରତିକ୍ରିୟା ଦେଇ କହିଛନ୍ତି- ସିବିଆଇ ଷଡ଼ଯନ୍ତ୍ରର ଦିଗ ସାମ୍ନାକୁ ଆଣୁ । ଘଟଣା ପରେ ବିବନକୁ ଫେରାର ହେବାରେ କିଏ ସାହାଯ୍ୟ କରିଥିଲା ? ସୁରକ୍ଷା ଦେଇ ଏତେ ଦିନ ଯାଏ କିଏ ରଖିଥିଲ ସେସବୁ ପଦାକୁ ଆସୁ ବୋଲି କହିଛନ୍ତି ଅଞ୍ଜନା ।
ସିବିଆଇ ୨ ଦିନିଆ ରିମାଣ୍ଡରେ ଆଣି ବିବନକୁ ଜେରା କରୁଛି । ଆଜି ରିମାଣ୍ଡର ଶେଷ ଦିନରେ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି ସିବିଆଇ । ୨ ଦିନିଆ ରିମାଣ୍ଡକୁ ଅଞ୍ଜନା କମ୍ କହିବା ସହ ସତ ପଦାକୁ ଆସୁ ବୋଲି କହିଛନ୍ତି । ବୁଧବାର ଅଞ୍ଜନା ଓ ତାଙ୍କ ଡ୍ରାଇଭର ଝାରପଡ଼ା ଜେଲରେ ଟିଆଇ ପରେଡରେ ବିବନକୁ ଚିହ୍ନଟ କରିଥିଲେ ।
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ୨୨ ବର୍ଷ ପରେ କମିଶନରେଟ୍ ପୋଲିସ ଗତ ମାସରେ ବିବନକୁ ଗିରଫ କରିଥିଲା । ଅପରେସନ୍ ସାଇଲେଣ୍ଟ ଭାଇପରରେ ମହାରାଷ୍ଟ୍ରରୁ ଗିରଫ ହୋଇଥିଲା ବିବନ । ସେଠାରେ ସେ ନାମ ବଦଳାଇ ରହୁଥିଲା ବୋଲି ପୋଲିସ କହିଥିଲା ।