ମହାନ ଜନନାୟକ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ପାଳିତ ହେଉଛି ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ । ଏହି ପୂଣ୍ୟ ତିଥିରେ ବିଜୁବାବୁଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି- ଓଡ଼ିଆ ସ୍ଵାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।

ଓଡ଼ିଆ ସ୍ଵାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ସହ ଲୋକଙ୍କ ସେବାରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କ ଓଡ଼ିଆ ସ୍ଵାଭିମାନ ଓ ନୀତିଆଦର୍ଶକୁ ପାଥେୟ କରି ନୂଆ ଓଡ଼ିଶା ଗଠନ ଦିଗରେ ଆମେ ସଙ୍କଳ୍ପବଦ୍ଧ।

pic.twitter.com/Jhspd7Drm7

— Naveen Patnaik (@Naveen_Odisha) March 5, 2021

ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ସହ ଲୋକଙ୍କ ସେବାରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କ ଓଡ଼ିଆ ସ୍ଵାଭିମାନ ଓ ନୀତି ଆଦର୍ଶକୁ ପାଥେୟ କରି ନୂଆ ଓଡ଼ିଶା ଗଠନ ଦିଗରେ ଆମେ ସଙ୍କଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଆଜି ବିଜୁ ଜନତା ଦଳ ପକ୍ଷରୁ ସାଇକେଲ୍ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ଅଭିମୁଖେ ସାଇକେଲ୍ ରାଲି ବାହାରିଛି । ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ଦଳୀୟ ନେତା, ବୁଦ୍ଧିଜୀବୀ, ହଜାର ହଜାର ଯୁବକ, ଯୁବତୀ ସାମିଲ୍ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *