ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ପଞ୍ଜିକରଣ ପାଇଁ ଆଉ ହେବନି ସମସ୍ୟା। ବଂଶାବଳୀ ପ୍ରମାଣପତ୍ର ବଦଳରେ ଦେବାକୁ ହେବ ଘୋଷଣାପତ୍ର। ୨୦୨୫-୨୬ ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣ ପ୍ରକିୟାକୁ ଆହୁରି ସରଳୀକରଣ କରିଛନ୍ତି ସରକାର। ପୂର୍ବରୁ ବଂଶାବଳୀ ପ୍ରମାଣ ପତ୍ର ପାଇଁ ଚାଷ ଜମିର ଉତ୍ତରାଧିକାରୀଙ୍କ ସମ୍ମତି ପତ୍ର ଆବଶ୍ୟକ ପଡୁଥିଲା। ଯେଉଁଥିପାଇଁ ଚାଷୀ ଆର ଆଇ ଅଫିସକୁ ଦୌଡିବାକୁ ବାଧ୍ୟ ହେଉଥିଲା।
ଫଳରେ ବିଳମ୍ବିତ ପ୍ରକ୍ରିୟା ପାଇଁ ଚାଷୀ ସରକାରଙ୍କ ନିର୍ଦ୍ଧାରିତ ସମୟ ଭିତରେ ନାଁ ପଞ୍ଜିକରଣ ନକରିପାରି ବାଦ ପଡୁଥିଲା
ଯେଉଁଥିପାଇଁ ଧାନର ଅଭାବୀ ବିକ୍ରୀ ପରିସ୍ଥିତି ସୃଷ୍ଟି ହେଉଥିଲା। ଏବେ କିନ୍ତୁ ଯୋଗାଣ ବିଭାଗ ଏହି ନିଜସ୍ବ ଘୋଷଣାନାମା ପତ୍ର ଜାରି କରିଛି। ଯାହାକୁ ପୂରଣ କରି ଚାଷୀ ସିଧାସଳଖ ପଞ୍ଜିକରଣ କରିପାରିବେ। ଏହାସହ ସରକାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପଞ୍ଜୀକରଣ ଅବଧି ସମୟସୀମାକୁ ଅଗଷ୍ଟ ୨୦ ରୁ ଅଗଷ୍ଟ ୨୫ ପର୍ଯ୍ୟନ୍ତ ବଢାଇଛନ୍ତି।…

