ଭିଜିଲାନ୍ସ ଜାଲରେ ଆଉ ଜଣେ ଇଞ୍ଜିନିୟର: ୮ଟି ଠିକଣାରେ ଚାଲିଛି ରେଡ୍

ରାଜ୍ୟ

ଭିଜିଲାନ୍ସ ଜାଲରେ ଆଉ ଜଣେ ଇଞ୍ଜିନିୟର। ଇଞ୍ଜିନିୟରଙ୍କ ଘରେ ରେଡ୍ । ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଥିବା ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଠିକଣାରେ ଭିଜିଲାନ୍ସ ଚଢାଉ କରିଛି ।

ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ଟି ଠିକଣାରେ ଚାଲିଛି ରେଡ୍। ଭୁବନେଶ୍ବରରୁ ସୁନ୍ଦରଗଡ଼ ଖୋଳତାଡ଼ ଚାଲିଛି। ସୁନ୍ଦରଗଡ଼ରେ ତିନି ମହଲା ଘର, ରାଉରକେଲା ଛେଣ୍ଡରେ ଦୁଇ ମହଲା ଘର, ଭୁବନେଶ୍ବର ଘାଟିକିଆ ଅରୋଭିଲାରେ ଦୁଇଟି ଫ୍ଲାଟ୍, ଅନୁଗୁଳର ଏକାଧିକ ଠିକଣାରେ ଯାଞ୍ଚ କରୁଛି ଭିଜିଲାନ୍ସ।

ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଓ ୪ ଜଣ ଏଏସଆଇ ସାମିଲ ଅଛନ୍ତି।ସୁନ୍ଦରଗଡ଼ରେ ଆଇଟିଡିଏ ବିଭାଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଅବସ୍ଥାପିତ ଥିବା ସମୟରେ ମଧ୍ୟ ତାଙ୍କ ନାଁରେ ଅନେକ ଅଭିଯୋଗ ରହିଥିଲା। କାମ ନକରି ବିଲ ଉଠାଇନେବା, ଫଲ୍ସ ବିଲ କରିବା, ଟେଣ୍ଡର ନ କରି କୋଟି କୋଟି ଟଙ୍କାର କାମ ନିଜ ସମ୍ପର୍କୀୟଙ୍କୁ ଦେବା ଭଳି ଅଭିଯୋଗ ରହିଥିଲା।

Leave a Reply

Your email address will not be published. Required fields are marked *