ସହିଦ ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

Top Storise ରାଜ୍ୟ

ଭୁବନେଶ୍ୱର: ବ୍ରିଟିଶ ଶାସନରୁ ମୁକ୍ତ କରି ୧୯୪୭ ମସିହାରେ ଭାରତକୁ ସ୍ୱାଧୀନ କରିବା ଏତେ ସହଜ ନଥିଲା । ସ୍ୱାଧୀନତା ପାଇଁ ଅନେକ ଯୋଦ୍ଧା ବଳିଦାନ ଦେଇଛନ୍ତି । ସେହି ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ବୀରତ୍ୱର ଗାଥାକୁ ମନେ ପକାଇ ଭାରତ ପାଳନ କରୁଛି ସହିଦ ଦିବସ ।

ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ଶିବରାମ ରାଜଗୁରୁ ଓ ସୁଖଦେବ ଥାପରଙ୍କୁ ଆଜି ଦିନରେ ବ୍ରିଟିଶ ସରକାର ଫାଶୀ ଦେଇଥିଲେ । ଭାରତ ସ୍ୱାଧୀନତା ଆନ୍ଦୋଳନରେ ଭଗତ ସିଂହ, ଶିବରାମ ରାଜଗୁରୁ ଓ ସୁଖଦେବ ଥାପରଙ୍କ ବଳିଦାନକୁ ମନେ ପକାଇ ସହିଦ ଦିବସ ପାଳନ କରାଯାଉଛି ।

https://platform.twitter.com/embed/Tweet.html?dnt=true&embedId=twitter-widget-0&frame=false&hideCard=false&hideThread=false&id=1374193541400825857&lang=en&origin=https%3A%2F%2Fodishasambad.in%2Fcm-paid-tribute-on-occasion-of-shaheed-diwas%2F&theme=light&widgetsVersion=e1ffbdb%3A1614796141937&width=550px

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଛନ୍ତି । ଆମ ଜନ୍ମମାଟି ପାଇଁ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ଦେଇଥିବା ବଳିଦାନ ଆମ୍ଭମାନଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *