ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ”International Yoga Day” ରେ “Yoga for humanity” ର ବାର୍ତ୍ତା ଦେଇଛନ୍ତି । ବାଲୁକା କଳା ଟି 17 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 15 ଟନ୍ ବାଲି ଉପଯୋଗ କରାଯାଇଛି। ବାର୍ତ୍ତା ଅତି ସୁନ୍ଦର ଲାଗୁଛି ।
ସେ ଏହି ବାଲୁକା କଳା କରିବା ଅବସରରେ କହିଛନ୍ତି ଯୋଗ କରିବା ଦ୍ୱାରା ସମସ୍ତେ ସୁସ୍ଥ ରହିପାରିବା । ସକାଳ ର ସୂର୍ଯ୍ୟ କିରଣ ରେ ବସି ଯୋଗ ମୁଦ୍ରା ର ଚିତ୍ରଣ କରାଯାଇଛି । ଯୋଗ ହିଁ ଏକ ମାତ୍ର ଉପାୟ ଯାହାଦ୍ୱାରା ଜଣେ ସମ୍ପୂର୍ଣ ସୁସ୍ଥ ରହିବା ସହିତ ନିଜ ଜୀବନ ଶୈଳୀ କୁ ସୁଚାରୁ ରୂପେ ସଂଚାଳନ କରିପାରିବ। ସେ ମାନବ ସମାଜ କୁ ଅନୁରୋଧ କରିଛନ୍ତି ନିଜ ପାଇଁ ନିଜେ ସମୟ ବାହାର କରି ଯୋଗ କରନ୍ତୁ ନିଜେ ସୁସ୍ଥ ରହିବା ସହିତ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ |