ନାଭାଲ ଟାଟା ହକି ଗ୍ରାସରୁଟ ଲିଗ୍‌: ବାଳକ ବିଭାଗରେ ସବଡେଗା, ବାଳିକାରେ ମାଝପଡା ଚାମ୍ପିୟନ

Top Storise କ୍ରୀଡ଼ା

ଭୁବନେଶ୍ୱର: ପ୍ରଥମ ନାଭାଲ ହକି ଗ୍ରାସରୁଟ କଳିଙ୍ଗ ହକି କମ୍ପେ୍ଲକ୍ସରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ବାଳକ ବିଭାଗରେ ସବଡେଗା ଓ ବାଳିକାରେ ମାଝପଡା ଚାମ୍ପିୟନ ହୋଇଛନ୍ତି । ବାଳିକା ଫାଇନାଲରେ ମାଝପଡା ୨-୦ ଗୋଲରେ ଆଲାନ୍ଦାକୁ ପରାସ୍ତ କରିଥିଲା । ପୁଜା ମାଝି ପ୍ଲେୟାର ଅଫ ଦି ଫାଇନାଲ ଓ ଅଙ୍କିତା କେରକେଟା ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଥିଲେ ।

ବାଳକ ବିଭାଗରେ ସବଡେଗା ୨-୦ ଗୋଲରେ ମାଝପଡାକୁ ହରାଇଥିଲା । ଅଙ୍କିତ ମିଞ୍ଜ ଶ୍ରେଷ୍ଠ ଖେଳାଳି ଓ ଦିଲଶାନ ଡୁଙ୍ଗଡୁଙ୍ଗ ଶ୍ରେଷ୍ଠ ଗୋଲକିପର ପୁରସ୍କାର ହାତେଇଛନ୍ତି । ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସରେ ମହାନ ହକି ଖେଳାଳି ତଥା ପଦ୍ମଶ୍ରୀ ଦିଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ ଦଳକୁ ପୁରସ୍କୃତ କରିଥିଲେ ।

ଭିନିଲ କ୍ରିଷ୍ଣା, ଦେବାଶୀଷ ଜେନା, ସୁଧୀର ଡିଗିକର, ରାଜୀବ ସେଠ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତୃଣମୂଳ ସ୍ତରରୁ ଖେଳାଳିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇଥିବାରୁ ଏହା ସେମାନଙ୍କୁ ଭବିଷ୍ୟତରେ ଫାଇଦାରେ ରଖିବ ବୋଲି ଦିଲୀପ କହିଥିଲେ ।

Leave a Reply

Your email address will not be published. Required fields are marked *