ବିଦେଶରେ ନୱାଜୁଦ୍ଦିନଙ୍କୁ ପ୍ରଶଂସା; ପାଇଲେ ‘ଏକ୍ସଲେନ୍ସ ଇନ୍‌ ସିନେମା’ ଆୱାର୍ଡ

ମନୋରଞ୍ଜନ

ମୁମ୍ବାଇ: ଦୁବାଇରେ ଆୟୋଜିତ ଫିଲ୍ମଫେୟାର ମିଡିଲ ଇଷ୍ଟ ଆଚିଭର୍ସ ନାଇଟ୍ ରେ ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଏକ୍ସଲେନ୍ସ ଇନ୍‌ ସିନେମାରେ ସମ୍ମାନରେ ସମ୍ମାନିତ ହୋଇଥିଲେ।

ନୱାଜୁଦ୍ଦିନ ତଲାଶ, ‘ଗ୍ୟାଙ୍ଗସ୍ ଅଫ୍ ୱାସିପୁର’, ‘ବଦଲାପୁର’, ‘ମମ୍‌’, ‘ବଜରଙ୍ଗୀ ଭାଇଜାନ୍’, ‘ଡେକ୍ ଇଣ୍ଡିଆନ୍ ସର୍କସ୍’, ‘ଲଞ୍ଚ୍‌ ବକ୍ସ’, ‘ଫଟୋଗ୍ରାଫ୍’, ମଣ୍ଟୋ ଭଳି ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

ନୱାଜୁଦ୍ଦିନ ସିଦ୍ଦିକି କହିଛନ୍ତି “ଜଣେ କଳାକାରଙ୍କ ପାଇଁ ଦର୍ଶକଙ୍କର ପ୍ରେମ ଏବଂ ପ୍ରଶଂସା ସବୁଠୁ ବଡ଼ ପୁରସ୍କାର ଏବଂ ଦୁବାଇର ଲୋକମାନେ ମୋତେ ଏତେ ଭଲ ପାଇବା ଦେଇଥିବା ଦେଖି ମୁଁ ବହୁତ୍‌ ଖୁସି।

Leave a Reply

Your email address will not be published. Required fields are marked *