ଭିନ୍ନ ସ୍ୱାଦର ମ୍ୟୁଜିକ୍ ଭିଡିଓ ଉନ୍ମୋଚିତ

Top Storise ମନୋରଞ୍ଜନ ରାଜ୍ୟ

ଭୁବନେଶ୍ୱର : ଯୁବପିଢ଼ିଙ୍କ ହୃଦୟକୁ ଛୁଇଁଲା ଭଳି ଆଉ ଏକ ମ୍ୟୁଜିକ୍ ଭିଡିଓ ଆଜି ବଜାର ପ୍ରବେଶ କରିଛି । ସାମ୍ପ୍ରତିକ ସମାଜର ଦୃଶ୍ୟପଟ୍ଟକୁ ବେଶ୍ ମୁଗ୍ଧକର ଭାବେ ପରିବେଷଣ କରାଯିବା ସହ ଶ୍ରୁତି ମଧୁର ଗୀତ ଥିବା ଏହି ମ୍ୟୁଜିକ୍ ଭିଡିଓ ହେଉଛି \”ରସିଆ ଟୋକା\’ । ଆଜି ରାଜଧାନୀ ସ୍ଥିତ ଏକ ହୋଟେଲ୍‌ରେ ଏହି ମ୍ୟୁଜିକ୍ ଭିଡିଓର ଶୁଭଉନ୍ମୋଚନ ହୋଇଯାଇଛି । ଆଞ୍ଚଳିକ ଓ ପାଶ୍ଚାତ୍ୟ ସଙ୍ଗୀତର ମିଶ୍ର ସ୍ୱାଦ ଥିବା ଏହି ମ୍ୟୁଜିକ୍ ଭିଡିଓଟି ଯୁବବର୍ଗଙ୍କୁ ବେଶ୍ ଛୁଇଁବ ।

ଗିରୀଶ ମହାନ୍ତିଙ୍କ ସମ୍ପୂର୍ଣ୍ଣ ନିର୍ଦ୍ଦେଶନାରେ ନିର୍ମିତ \”ରସିଆ ଟୋକା\’ର ଗୀତ ନର୍ମଦା ସାହୁ ଲେଖିଥିବାବେଳେ ଏହାକୁ ସଂଗୀତରେ ସଜାଇଛନ୍ତି ପ୍ରେମାନନ୍ଦ । ସେହିପରି ଏଥିରେ କଣ୍ଠଦାନ କରିଛନ୍ତି ଚର୍ଚ୍ଚିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡା । ନିର୍ମାତ ବିମଳ କୁମାର ପଣ୍ଡାଙ୍କ ପ୍ରଥମ ଅବଦାନ \”ରସିଆ ଟୋକା\’ ମ୍ୟୁଜିକ୍ ଭିଡିଓରେ ସୁନ୍ଦର ଅଭିନୟ କରିଛନ୍ତି ଚୁଲ୍ୱୁଲି ସୂର୍ଯ୍ୟମୟୀ ଓ ହ୍ୟାଣ୍ଡସମ୍ ରାଜ୍ ରାଜେଶ୍ ।

ଏହି ଅବସରରେ \”ରସିଆ ଟୋକା\’ର ପୂରା ଟିମ୍ ଉପସ୍ଥିତ ଥିବାବେଳେ ମ୍ୟୁଜିକ୍ ଭିଡିଓଟି ଲୋକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ସମସ୍ତ ସଦସ୍ୟ ଆଶାବ୍ୟକ୍ତ କରିଛନ୍ତି । ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ କହିଛନ୍ତି ଯେ ଆଗଧାଡ଼ିର ଗୀତିକାର ନର୍ମଦାଙ୍କ ଲେଖାରେ ସର୍ବଦା ନିଆରାପଣ ବାରି ହୋଇପଡ଼େ । ତେଣୁ \”ରସିଆ ଟୋକା\’ ମଧ୍ୟ ଏହାର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ଆମେ ସବୁ ଦିଗରୁ ସମ୍ପୂର୍ଣ୍ଣ ଉଦ୍ୟମ କରିଛୁ । ଏହା ନିଶ୍ଚିତ ରୂପେ ଭିନ୍ନ ସ୍ୱାଦର ଓ ଲୋକଙ୍କ ପସନ୍ଦକୁ ଆସିବ ବୋଲି ପ୍ରେମାନନ୍ଦ କହିଛନ୍ତି । ସେହିପରି ନିର୍ଦ୍ଦେଶକ ଶ୍ରୀ ମହାନ୍ତି ମଧ୍ୟ ସୂର୍ଯ୍ୟମୟୀ ଓ ରାଜ୍ ରାଜେଶଙ୍କ ଅଭିନୟକୁ ପ୍ରଶଂସା କରିବା ସହ ଭିଡିଓଟି ସାଧାରଣରେ ଆଦୃତ ହେବାନେଇ ଆଶା ପ୍ରକଟ କରିଛନ୍ତି । \”ଇଡେକ୍ସ ମିଡିଆ ଆଣ୍ଡ କମ୍ୟୁନିକେସନ୍‌\’ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବହୁ କଳାକାରଙ୍କ ସମେତ ଗୁଣୀଜ୍ଞାନୀ ବ୍ୟକ୍ତିବିଶେଷ ସାମିଲ୍ ହୋଇଥିଲେ ।

Leave a Reply

Your email address will not be published. Required fields are marked *