ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ‘ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ’ ଉନ୍ମୋଚିତ

Top Storise ରାଜ୍ୟ

ଭୁବନେଶ୍ୱର : ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ରଚିତ ‘ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ’ ସ୍ଥାନୀୟ ଓଡ଼ିଶା ପ୍ରେସ କ୍ଳବ ପ୍ରେକ୍ଷାଳୟରେ , ରମାକାନ୍ତ ରଥଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ସହ ସଂସ୍କୃତର ସ୍କନ୍ଦସମୂହକୁ ଇଂରାଜୀରେ ବାଖ୍ୟା କରାଯାଇଛି।

ରାଜେଶ ମହାପାତ୍ରଙ୍କ ପରିଚାଳନାରେ ଏହି ସମାରୋହରେ ପ୍ରଫୁଲ୍ଲ କୁମାର ମିଶ୍ର, ନିବେଦିତା ମହାନ୍ତି , ନିଖିଳ ମୋହନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପୁସ୍ତକ ବିଷୟରେ ଆଲୋଚନା କରିଥିଲେ।

ଧଉଳି ପ୍ରକାଶନୀ ଦ୍ୱାରା ଏହି ପୁସ୍ତକଟି ପ୍ରକାଶିତ ହୋଇଥିବା ବେଳେ ଅନଲାଇନ ମାଧ୍ୟମରେ ପାଠକ ଏହାକୁ କିଣିପାରିବେ ଏବଂ ଏହି ପୁସ୍ତକ ପାଇଁ ହୋଇଥିବା ୱେବସାଇଟର readingsfromthesrimadbhagvata.wordpress.com ରେ ପାଠକ ବହି ସମ୍ପର୍କରେ ଜାଣିପାରିବେ ବୋଲି ପ୍ରକାଶକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *