ଅଗଷ୍ଟ ୧୪ରେ ପରଦାକୁ ଆସିବ କୁଲି ଓ ୱାର ୨ । ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘କୁଲି’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଲୋକେଶ କନଗରାଜ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଆଶା ଓ ଉତ୍ସାହ ରହିଛି । କୁହାଯାଉଛି ଯେ ଏଥିରେ ରଜନୀକାନ୍ତ ତାଙ୍କ ଫ୍ୟାନସଙ୍କୁ ବଡ଼ ସରପ୍ରାଇଜ ଦେବେ।
କୁଲି’ରେ ରଜନୀକାନ୍ତଙ୍କ ସହ ଶ୍ରୁତି ହାସନ ଓ ନାଗାର୍ଜୁନ ନଜର ଆସିବେ । ଆମିର ଖାନଙ୍କର ମଧ୍ୟ ଏକ ଜବରଦସ୍ତ କ୍ୟାମିଓ ରହିଛି । ଆଡଭାନ୍ସ ବୁକିଂରେ ବିଦେଶରେ ଫିଲ୍ମ କୁଲି ଜବରଦସ୍ତ ଆୟ କରୁଛି । ଫିଲ୍ମଟି ଓଭରସିଜ୍ ଆଡଭାନ୍ସ ବୁକିଂରୁ ବର୍ତ୍ତମାନ ସୁଦ୍ଧା ୨ ମିଲିୟନ ଡଲାରରୁ ଅଧିକ ଆୟ କରିସାରିଲାଣି । ପ୍ରି ବୁକିଂରେ କୁଲି ଫିଲ୍ମ ୱାର ୨କୁ ପଛରେ ପକାଇଦେଇଛି।
ରଜନୀକାନ୍ତଙ୍କ ‘କୁଲି’ର ବକ୍ସ ଅଫିସରେ ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ଫିଲ୍ମ ‘ୱାର୍ ୨’ ସହିତ କଡ଼ା ମୁକାବିଲା ହେବ ।
ଓ୍ଵାର ୨’ ହେଉଛି ୨୦୧୯ରେ ମୁକ୍ତିଲାଭ କରିଥିବା ‘ଓ୍ଵାର’ ଚଳଚ୍ଚିତ୍ରର ସିକ୍ୱେଲ। ‘ଓ୍ଵାର’ ବିଶ୍ୱବ୍ୟାପୀ ୪୭୪ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏବେ ଏହି ଚଳଚ୍ଚିତ୍ରରେ ‘ଆରଆରଆର’ ଷ୍ଟାର ଜୁନିଅର ଏନଟିଆର ହିତ୍ରିକଙ୍କ ସହ ନଜର ଆସିବେ। ଫିଲ୍ମର ଗୀତ ଦର୍ଶକଙ୍କୁ ପସନ୍ଦ ଆସୁଛି। ଅଗଷ୍ଟ ୧୪ରେ ବଲିଉଡ ଦେଖିବ ଏକ ବଡ଼ ବିଗ ଫାଇଟ

