ଅଗ୍ନିକାଣ୍ଡରେ ଜଳିଗଲା ୭ ବସ୍

ଦେଶ- ବିଦେଶ

ଦାମୋହ: ମଧ୍ୟପ୍ରଦେଶର ଦାମୋହର ଏକ ବସ୍ ଷ୍ଟାଣ୍ଡରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ୭ଟି ବସ୍ ଜଳି ଯାଇଛି।

ମୁଖ୍ୟ ପୋଲିସ ଅଧୀକ୍ଷକ (ସିଏସପି) ଅଭିଷେକ ତିୱାରୀଙ୍କ କହିବାନୁସାରେ, ଏହି ଘଟଣାରେ ଏଯାବତ୍ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

“ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା ବେଳେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ ଏନେଇ ତଦନ୍ତ କରାଯିବ” ବୋଲି ତିୱାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *