ପିପିଲି ପାଇଁ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଲା ବିଜେଡି

Top Storise ରାଜନୀତି ରାଜ୍ୟ

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ବିଜେଡି ଜାରି କଲା ଷ୍ଟାର ପ୍ରଚାରକ ତାଲିକା । ବିଜେଡି ନିଜର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମହେଶ୍ବର ମହାନ୍ତି, ଦେବୀପ୍ରସାଦ ମିଶ୍ର, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସ ବର୍ମା, ସମୀର ରଞ୍ଜନ ଦାସ, ସୁଶାନ୍ତ ସିଂ, ସ୍ନେହାଙ୍ଗୀନ ଛୁରିଆ, ପ୍ରୀତି ରଞ୍ଜନ ଘଡେଇ, ଉମାକାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିଭୂତି ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଦେବୀ ରଞ୍ଜନ ତ୍ରିପାଠୀ ଓ ସୁଧୀର ସାମଲଙ୍କ ନାଁ ରହିଛି ।

ସେହିପରି କଂଗ୍ରେସ ମଧ୍ୟ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏହି ତାଲିକାରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜି. ରୁଦ୍ର ରାଜୁ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝୀ, ବିପିନ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲାକା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ମହମ୍ମଦ ମୋକିମ, ଅଧିରାଜ ମୋହନ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ବର ବେହେରା, ବନ୍ଦିତା ପରିଡା ଓ ସତ୍ୟପ୍ରକାଶ ନାୟକଙ୍କ ନାଁ ରହିଛି ।

ପୂର୍ବରୁ ବିଜେପି ନିଜର ତାଲିକା ଘୋଷଣା କରି ସାରିଥିଲା । ଆସନ୍ତା ୩୦ ତାରିଖରେ ହେବ ଭୋଟ୍ ଗ୍ରହଣ । ଏହା ପୂର୍ବରୁ ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ପ୍ରଚାର କାର୍ଯ୍ୟ । ଅକ୍ଟୋବର ୩ ତାରିଖରେ ହେବ ଭୋଟ ଗଣତି ।

Leave a Reply

Your email address will not be published. Required fields are marked *