ଭୁବନେଶ୍ୱର: ଓଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବାହାଘର ହେବାକୁ ଯାଉଛି। ଓଡ଼ିଆ ସିନେମା ଜଗତର ଦୁଇ ସୁପରହିଟ ଯୋଡ଼ି ସୋମବାର ଦିନ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।
ଦୁହିଁଙ୍କ ବିବାହକୁ ନେଇ ତାଙ୍କ ଫ୍ୟାନ୍ ମାନେ ଖୁସି ବ୍ୟକ୍ତ କରୁଥିବା ବେଳେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
ଏନେଇ ସୋସିଆଲ ମିଡିଆରେ ସବ୍ୟସାଚୀ ସୂଚନା ଦେଇଛନ୍ତି। ତେବେ ସବ୍ୟ ଓ ଅର୍ଚ୍ଚିତାଙ୍କ ନିର୍ବନ୍ଧ ପୂର୍ବରୁ ସରିଥିବା ଜଣାପଡିଛି।