ବିଲରେ ପଡ଼ିଛି ଶହ ଶହ ବିଦେଶୀ ପକ୍ଷୀଙ୍କ ମୃତ ଦେହ

Top Storise ରାଜ୍ୟ

ଖୋର୍ଦ୍ଧା: ବିଲରେ ପଡ଼ିଛି ବିଦେଶୀ ପକ୍ଷୀଙ୍କ ମୃତ ଦେହ । ଆଜି ସକାଳୁ ସକାଳୁ ରାସ୍ତାକଡ଼ରେ  ଶହ ଶହ ମୃତ ବିଦେଶୀ ପକ୍ଷୀ ମାନଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ୧୬ ନଂ ଜାତୀୟ ରାଜପଥର ରତାମାଟି ଛକ ନିକଟ ଚାଷ ଜମିରେ ପ୍ରାୟ ୨ ଶହ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।ଚିଲିକାର ଏତେ ପରିମାଣର ବିଦେଶୀ ପକ୍ଷୀ ମରିଛନ୍ତି। ହେଲେ ଏହି ପକ୍ଷୀ ମଡ଼କ ନେଇ ଅନେକ ସନ୍ଦେହ ଉପୁଜିଛି। ଏହା କୌଣସି ରୋଗ ନା ପକ୍ଷୀ ଗୁଡିକ ଲଗାତର ଭାବେ ଶିକାର କରାଯାଉଛି । ତାହା ସ୍ପଷ୍ଟ ହୋଇପାରୁନି। ଶିକାରୀ ମାନେ ଖାଦ୍ୟରେ ବିଷ ଦେଇ ପକ୍ଷୀମାନଙ୍କୁ ଶିକାର କରିବା ପରେ ପଚି ଯିବାରୁ ଫିଙ୍ଗି ଦେଇଥିବା ସନ୍ଦେହ ହେଉଛି ।ଆଜି ଭୋର୍ ସକାଳୁ ଏକ ଟାଟା ଏସି ଗାଡିରେ ପକ୍ଷୀ ମାନଙ୍କର ମୃତଦେହ ନେଇ ଫୋପଡାଯାଇଛି। ସମସ୍ତ ମୃତ ପକ୍ଷୀ ଗୁଡ଼ିକ ବିଦେଶରୁ ଆସିଥିବା କୁହାଯାଉଛି। ବନ୍ୟପ୍ରାଣୀ ବିଭାଗ ରାତିରେ ରାସ୍ତାକଡ଼ ଢାବା ଗୁଡିକରେ ଲୋକ ଦେଖାଣିଆ ଚଢ଼ଉ କରୁଥିବା ବେଳେ ଏପଟେ ଶହ ଶହ ନିରୀହ ବିଦେଶୀ ପକ୍ଷୀ ଶିକାରୀଙ୍କ କବଳରେ ପଡି ଜୀବନ ହରାଉଛନ୍ତି।

Leave a Reply

Your email address will not be published. Required fields are marked *