କମିବ ବର୍ଷାର ପ୍ରଭାବ, ୨୨ରୁ ପଡ଼ିବ ଶୀତ

Top Storise ରାଜ୍ୟ

ଭୁବନେଶ୍ୱର: କମିବ ବର୍ଷାର ପ୍ରଭାବ । ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଏବେ ଜାରି ରହିଛି । ଏହି ଧାରା ଅବ୍ୟାହତ ରହିଲେ ଆସନ୍ତା ଅକ୍ଟୋବର ୨୩ ତାରିଖ ସୁଦ୍ଧା ସମଗ୍ର ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ରୂପେ ବିଦାୟ ନେବ ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦୁଇ ଦୁଇଟି ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ୫ଦିନ ଧରି ବର୍ଷା ଲାଗି ରହିବା ପରେ ରାଜ୍ୟ ଉପରେ ଏବେ ଆଉ ବର୍ଷାର ପ୍ରଭାବ ନାହିଁ। ଆଜି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତର ଜିଲ୍ଲାର କାଁ ଭାଁ ସ୍ଥାନରେ ପାଗ ମେଘୁଆ ରହିଛି। ଏବଂ କିଛି ସ୍ଥାନରେ ସାମାନ୍ୟରୁ ହାଲୁକା ବର୍ଷା ମଧ୍ୟ ହୋଇପାରେ। ତେବେ, ଆସନ୍ତାକାଲି ଠାରୁ ରାଜ୍ୟରେ ଆଉ ବର୍ଷାର ସମ୍ଭାବନା ନାହିଁ। ୨୧ ତାରିଖ ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ  ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *