ମାଗଣାରେ କରୋନା ସଂକ୍ରମିତଙ୍କୁ ପତଞ୍ଜଳୀର ‘କରୋନିଲ୍‌ କିଟ୍‌’ ବାଣ୍ଟିବ ଏହି ରାଜ୍ୟ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଗୋଟିଏ ପଟେ ପତଞ୍ଜଳୀର କରୋନିଲ୍‌ କିଟ୍‌କୁ ନେଇ ବିବାଦ ଜାରି ରହିଥିବା ବେଳେ ଅନ୍ୟପଟେ ହରିୟାଣା ସରକାର କରୋନା ସଂକ୍ରମିତ ରୋଗୀଙ୍କୁ ମାଗଣାରେ ଏହା ବାଣ୍ଟିବାକୁ କହିଛନ୍ତି। ପତଞ୍ଜଳୀ ଏହାକୁ କରୋନା ପ୍ରତିରୋଧକ ବୋଲି ଦାବି କରୁଥିବା ବେଳେ ଡାକ୍ତର ଏହାକୁ କରୋନାକୁ ରୋକିବା ଲାଗି ଉପଯୁକ୍ତ ନୁହେଁ ବୋଲି କହିଛନ୍ତି।

ତେବେ ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଅନିଲ ଭିଜ୍‌ କହିଛନ୍ତି ଯେ ରୋଗୀଙ୍କ ମଧ୍ୟରେ୧ ଲକ୍ଷ କରୋନିଲ କିଟ୍ ମାଗଣାରେ ବଣ୍ଟନ କରାଯିବ।

ସେ ଆହୁରି କହିଛନ୍ତି ଯେ କରୋନିଲ କିଟ୍ ମୂଲ୍ୟର ଅଧା ଅଂଶ ପତଞ୍ଜଳି ଏବଂ ବାକି ଅଂଶ ସରକାରଙ୍କ କୋଭିଡ୍‌ ରିଲିଫ ପାଣ୍ଠି ବହନ କରିବ।

Leave a Reply

Your email address will not be published. Required fields are marked *