ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଦେଲେ ସୁପ୍ରିମକୋର୍ଟ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ୧୯୮୮ ରୋଡ୍ ରେଜ୍ ମାମଲାରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ । ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି । ନବଜୋତ ସିଂହ ସିଦ୍ଧୁ ପଟିଆଲାରେ ପାର୍କିଂକୁ ନେଇ ଜଣେ ବୃଦ୍ଧଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ପରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଉପରେ ଏକ ହଜାର ଟଙ୍କାର ଜୋରିମାନା ଲଗାଇ ମୁକ୍ତ କରିଥିଲେ। ଏବେ ଏହି ଆଦେଶ ବିରୋଧରେ ପୀଡିତ ପରିବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ।

ମାର୍ଚ୍ଚ ୨୨ ତାରିଖରେ ଏହି ମାମଲାର ଶୁଣାଣି ସମୟରେ ନବଜୋତ ସିଂହ ସିଦ୍ଧୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଥିଲେ ଯେ କୌଣସି ଦୃଢ଼ ପ୍ରମାଣ ନାହିଁ ତାଙ୍କ ବିରୋଧରେ। ପୁରୁଣା ମାମଲାକୁ ପୁଣି ଖୋଲିବା ପାଇଁ ସଂପୃକ୍ତ ପରିବାର ପକ୍ଷରୁ ଅପଚେଷ୍ଟା କରାଯାଉଛି ।

ଏହି ମାମଲାରେ ପ୍ରଥମେ ସିଦ୍ଧୁଙ୍କୁ ହତ୍ୟା ଅଭିଯୋଗ ଆସିଥିଲା। ତେବେ ୧୯୯୯ ସେପ୍ଟେମ୍ବରରେ ଟ୍ରାଏଲ କୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଦେଇଥିଲେ। ଏହା ପରେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ଏହି ରାୟକୁ ବଦଳାଇଥିଲେ ଏବଂ ତାଙ୍କୁ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରିଥିଲେ । ସିଦ୍ଧୁଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ହେଲେ ସୁପ୍ରିମକୋର୍ଟ ସେତେବେଳେ ସିଦ୍ଧୁଙ୍କୁ ଏକ ହଜାର ଟଙ୍କା ଜୋରିମାନା ଦେଇ ତାଙ୍କୁ ମୁକ୍ତ କରିଥିଲେ।

ତେବେ ଏବେ ଏହି ମାମଲାରେ ରିଭ୍ୟୁ ପିଟିସନର ଶୁଣାଣି ବେଳେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଅବଧିକୁ ବୃଦ୍ଧି କରାଯିବ କି ନାହିଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା ।

Leave a Reply

Your email address will not be published. Required fields are marked *