ଭଦ୍ରକରୁ ଜବତ ହେଲା ବ୍ରାଉନସୁଗର : ସମ୍ପୃକ୍ତି ନେଇ ୩ ଅଭିଯୁକ୍ତ ଗିରଫ

Top Storise ରାଜ୍ୟ

ଭଦ୍ରକ : ଭଦ୍ରକରୁ ଜବତ ହେଲା ବ୍ରାଉନ ସୁଗର। ଏଥିରେ ସମ୍ପୃକ୍ତି ନେଇ ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ଭଦ୍ରକ ଅର୍ଣ୍ଣପାଳ ଛକ ନିକଟରେ ପୁଲିସର କଡାକଡି ଚେକିଂ କରାଯାଉଥିବା ବେଳେ ଏହି ବ୍ରାଉନସୁଗର ଜବତ ହୋଇଛି। ଏକ ବାଇକରେ କିଛି ଯୁବକ ବିନା ହେଲମେଟରେ ଯାଉଥିବା ବେଳ ପୁଲିସ ହାତରେ ଧରାପଡ଼ିଥିଲେ।।

ପୁଲିସ ସେମାନଙ୍କୁ ଅଟକାଇ ସେମାନଙ୍କଠାରୁ ୨୧ଗ୍ରାମର ବ୍ରାଉନସୁଗର ଜବତକରିଥିଲେ। ଯାହା ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ହେବ। ତେବେ ବାଉନସୁଗର ସହିତ ୨୭ ହଜାର ଟଙ୍କା,ମୋବାଇଲ , ଓ ଗୋଟିଏ ବାଇକ ଜବତ କରିଛି ପୁଲିସ।। ଏଥିରେ ସମ୍ପୃକ୍ତି ନେଇ ତିନିଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ସହ ଆଉ କେଉଁ କେଉଁ ମାନଙ୍କର ହାତ ରହିଛି ଅଧିକ ଖୋଳତାଡ କରୁଛି ପୁଲିସ୍।

Leave a Reply

Your email address will not be published. Required fields are marked *