ମୁମ୍ବାଇ : ଆଜି ହେଉଛି ସାଉଥ ସୁପରଷ୍ଟାର ଓ ବାହୁବଳୀ ଫେମସ୍ ଆକ୍ଟର ପ୍ରଭାସଙ୍କ ଜନ୍ମଦିନ । ୪୨ ବର୍ଷ ବୟସରେ ପାଦ ଦେଇଛନ୍ତି ପ୍ରଭାସ । ଏନେଇ ପ୍ରଭାସଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନ୍ୟପଟେ ତାଙ୍କ ଜନ୍ମ ଦିନକୁ ସ୍ପେଶାଲ କରିବା ପାଇଁ ଆଜି ତାଙ୍କ ଅପକମିଂ ମୁଭି “ରାଧେ ଶ୍ୟାମ”ର ଟିଜର ରିଲିଜ ହୋଇଛି । ଏହି ଫିଲ୍ମର ଟିଜରକୁ ଫ୍ୟାନ ମାନେ ଖୁବ୍ ପସନ୍ଦ କରିଛନ୍ତି ।
ପ୍ରଭାସଙ୍କ ବର୍ଥ ଡେ ପାଇଂ ମୁଭିର ନିର୍ଦ୍ଦେଶକ ରାଧା କ୍ରିଷ୍ଣ କୁମାର ଆଜି ଫିଲ୍ମର ଟିଜର ରିଲିଜ କରିଛନ୍ତି।୨୦୨୨ଜାନୁଆରୀ ମାସ ୧୪ ତାରିଖରେ ଫିଲ୍ମଟି ରିଲିଜ ହେବ। ପ୍ରଭାସ ଏହି ମୁଭିରେ ବିକ୍ରମାଦିତ୍ୟ ଭୂମିକାରେ ନଜର ଆସିବେ। ତାଙ୍କ ବିପକ୍ଷରେ ପୂଜା ହଗଡେ ମଧ୍ୟ ଏହି ଚଳଚିତ୍ରରେ ନଜର ଆସିବେ । ମୁଭିଟି ରୋମାଣ୍ଟିକ ଡ୍ରାମା ମୁଭି ହୋଇଥିବା ବେଳେ ତେଲୁଗୁ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ।