ଘୁଞ୍ଚିଲା ‘ସତ୍ୟମେବ ଜୟତେ ୨’ର ରିଲିଜ୍ ଡେଟ୍‌

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ମଙ୍ଗଳବାର ଦିନ ନିକିଲ ଆଡଭାନୀଙ୍କ ଇମାମି ଏଣ୍ଟରଟେନମେଣ୍ଟ ଘୋଷଣା କରିଛି ଯେ ଜନ୍ ଆବ୍ରାହମ ଏବଂ ଦିବ୍ୟା ଖୋସଲା କୁମାରଙ୍କ ଅଭିନୀତ ଆଗାମୀ ଆକ୍ସନ୍ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି।

ଫିଲ୍ମର ଟିମ୍ ସୋସିଆଲ୍ ମିଡିଆରେ ଏହି ଘୋଷଣା କରିବା ସହ କହିଛି ଯେ “ଏହି ସମୟରେ ଆମ ଦେଶବାସୀ ତଥା ପୃଷ୍ଠପୋଷକଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟତୀତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମର ଚଳଚ୍ଚିତ୍ର “ସତ୍ୟମେବ ଜୟତେ ୨” ବର୍ତ୍ତମାନ ପରବର୍ତ୍ତୀ ସମୟରେ ମୁକ୍ତିଲାଭ କରିବ। ସେପର୍ଯ୍ୟନ୍ତ ଆସନ୍ତୁ ଆମର ମାସ୍କଗୁଡ଼ିକୁ ପିନ୍ଧିବା ଏବଂ ଆମର ପ୍ରିୟ ଲୋକଙ୍କୁ ଏବଂ ନିଜକୁ କ୍ଷତିରୁ ଦୂରେଇ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା। ଜୟ ହିନ୍ଦ।”

Leave a Reply

Your email address will not be published. Required fields are marked *