୨୧ ଜୁଆଡିଙ୍କ ଗିରଫ, ୭୦ହଜାର ଟଙ୍କା, ୧୩ ଟି ମୋବାଇଲ, ୧୨ଟି ବାଇକକୁ ଜବତ

Top Storise ଅପରାଧ ରାଜ୍ୟ

ଜୟପୁର (ମାନସ ରଞ୍ଜନ ହୋତା): ଜୟପୁର ସଦର ଥାନା ଅଞ୍ଚଳରେ ନାଇଟ କର୍ଫ୍ୟୁ ସମୟରେ ଚାଲି ଥିଲା ଜୁଆଡିଙ୍କ ଜୁଆଆଡା। ପେଟ୍ରୋଲିଙ୍ଗ ସମୟରେ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାଙ୍କୁଡଙ୍କ ନେତୃତ୍ବରେ ଏକ ଟିମ ଜୁଆ ଆଡା ଉପରେ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ ପୋଲିସ ୨୧ଜଣ ଜୁଆଡିଙ୍କୁ ଧରିବାରେ ସକ୍ଷମ ହୋଇଛି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି। ଘଟଣା ସ୍ଥଳରୁ ନଗଦ ୭୦ହଜାର ଟଙ୍କା, ୧୩ ଟି ମୋବାଇଲ ଏବଂ ୧୨ଟି ବାଇକକୁ ଜବତ କରିଛି ପୋଲିସ। ଗିରଫ ଜୁଆଡିଙ୍କୁ ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟପୁର SDPO ଅରୁପ ଅଭିଷେକ ବେହେରା।

Leave a Reply

Your email address will not be published. Required fields are marked *