ରାଜ୍ୟରେ ପାଗ କୋହଲା ରହିବା ସହ କିଛି ଜିଲ୍ଲାରେ ଝିପ ଝିପ ବର୍ଷା ସମ୍ଭାବନା

Top Storise ରାଜ୍ୟ

ଭୁବନେଶ୍ୱର : ରାଜ୍ୟରେ ପାଗ କୋହଲା ରହିଛି । କିଛି ଜିଲ୍ଲାରେ ଝିପି ଝିପ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହ ହାଲୁକା ଥଣ୍ଡା ପବନ ବୋହିବ। ଆଜି ସକାଳୁ ମଧ୍ୟ କିଛି ସ୍ଥାନରେ ଝିପି ଝିପି ବର୍ଷା ଜାରି ରହିଛି।

ଏହା ସହ କିଛି ଜିଲ୍ଲାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୧୧ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ସବୁ ଜିଲ୍ଲା ଗୁଡିକ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ,ଅନୁଗୁଳ,ଖୋର୍ଦ୍ଧା, ଭୁବନେଶ୍ୱର , ଜଗତସିଂହପୁର , କେନ୍ଦ୍ରାପଡ଼ା, ରାୟଗଡ଼ା ଏବଂ ଏହି ସବୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *